www.samajalive.in
Sunday, December 14, 2025
23.1 C
Bhubaneswar

ତେଲକୋଇ ରେଞ୍ଜରେ ଘର ଭାଙ୍ଗିଲେ ଓ ଧାନ ନଷ୍ଟ କଲେ ହାତୀପଲ

ତେଲକୋଇ: ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ ଯୋଗୁଁ ପୁଣି ଭାଙ୍ଗିଲେ ଦୁଇ ଜଣକ ଘର ସହ ଖାଇଗଲେ ଧାନ ଚାଉଳ।ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର। ଶୁକ୍ରବାର ବିଳମ୍ବିତ ରାତିରେ ତେଲକୋଇ ବନାଞ୍ଚଳ ଅଧୀନ କାଳିଆହାତା ଫରେଷ୍ଟ ବିଟର କାଳିଆହତା ଗାଁରେ ୧୫ ଟିକିଆ ହାତୀପଲ ପଶି ସୁରେଶ ଦେବଗନ ଓ ଲାଦୁ ମୁଣ୍ଡାଙ୍କର ଘରଭାଙ୍ଗି ଧାନଚାଉଳ ଖାଇଗଲେ।ଲାଦୁ ମୁଣ୍ଡାଙ୍କର ପ୍ରାୟ ୫୦ ବସ୍ତା ଧାନ ଖାଇ ଦେଇଥିବା ବେଳେ ସୁରେଶ ଦେବଗନଙ୍କର ୪ ବସ୍ତା ଚାଉଳ ଖାଇ ଦେଇଛନ୍ତି।ସେପଟେ ପୁରୁଯୋଡା ଗାଁର ଅମିୟ ନାଏକଙ୍କ ଖଳାରୁ ପାଞ୍ଚ ବସ୍ତା ଧାନ ଖାଇଦେବା ସହ କଦଳୀ ଗଛକୁ ମଧ୍ୟ ଖାଇଦେଇଛନ୍ତି ।

ଘରେ ଶୋଇଥିବା ବେଳେ ହାତୀପଲ ଘର ଭାଙ୍ଗୁଥିବା ଦେଖି ସୁରେଶ ଦେବଗନ ନିଜ ଛୋଟ ପିଲାଙ୍କୁ ଧରି ଘରୁ ଦୌଡ଼ି ପଳାଇ ଯାଇଥିଲେ। ପଡିଶା ଲୋକଙ୍କ ସାହାଯ୍ୟରେ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡାଇଥିଲେ। ସେହିପରି ତେଲକୋଇ ଫରେଷ୍ଟ ବିଟ ଗୋଳାବନ୍ଧ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜାନକୀ ନାୟକଙ୍କ କ୍ଷେତରେ ଥିବା ସବୁ ଧାନ ଖାଇ ଦେଇ ଦଳି ମକଚି ନଷ୍ଟ କରିଛନ୍ତି। ଏଭଳି ଦୈନନ୍ଦିନ ହାତୀ ପ୍ରାଦୁର୍ଭାବ ଯୋଗୁଁ ଚାଷୀମାନେ ଚିନ୍ତାରେ ରହିଥିବା ବେଳେ ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ହୋଇଛି। ବର୍ଷ ଯାକର ଖାଦ୍ୟ ହାତୀ ମୁହଁରେ ଗଲା, ଗରିବ ଲୋକ କିପରି ବଞ୍ଚିବ। ପରିବାର କିପରି ପ୍ରତିପୋଷଣ କରିବେ ସେଇ ଚିନ୍ତାରେ ଚାଷୀ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories