www.samajalive.in
Sunday, December 14, 2025
18.1 C
Bhubaneswar

ମା ମାଘେଶ୍ୱରୀ ଲୋକକଳା ଓ ସଂଗୀତ ମହୋତ୍ସବ ଅନୁଷ୍ଠିତ

ତେଲକୋଇ: ତେଲକୋଇ ଆଦିବାସୀ ବହୁଳ ଅଂଚଳରେ ଶିବନାରାୟଣପୁର ଗୋଡ଼ା ଗ୍ରାମ ପଂଚାୟତର ଭାଳିଆଡାଳ ଗ୍ରାମ ରେ ମା ମାଘେଶ୍ୱରୀ ଲୋକକଳା ଓ ସାଂସ୍କୃତିକ ମହୋତ୍ସବ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରି ପାରିଛି। ଗ୍ରାମର ମହିଳା ଓ ପୁରୁଷ ମାନଙ୍କର ନିଷ୍ଠା, ଭକ୍ତି ଓ ଆନ୍ତରିକତା ର ମନୋଭାବ ଏକ ଉଦାହରଣ ସୃଷ୍ଟି କରି ପାରିଛି। ତେବେ କରୋନା କଟକଣା ନିୟମ ମାନି ଏହି ଉତ୍ସବରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସଂଖ୍ୟାରେ ଭକ୍ତ ସାମିଲ ହୋଇ ବିଭିନ୍ନ କଳାକାରମାନେ ତାଙ୍କର କଳା ପ୍ରଦର୍ଶନ କରିଛନ୍ତି। ଏଠାରେ ମୁଖ୍ୟତଃ ସଂକୀର୍ତ୍ତନ, ପାଲା, ଦଣ୍ଡ ନୃତ୍ୟ ଦାସ କାଠିଆ, ବାଡ଼ି ଖେଳ, ଚାଙ୍ଗୁ ନୃତ୍ୟ, ଖଞ୍ଜଣୀ ଭଜନ, ଭାଗବତ ଚର୍ଚ୍ଚା ପ୍ରଭୁତି ପରିବେଷଣ କରାଯାଉଛି।

ଏହି କାର୍ଯ୍ୟକ୍ରମ ରବିବାର ଓ ସୋମବାର ଦୁଇ ଦିନ ଧରି ଚାଲିବା ସହ କଳାକାରମାନଙ୍କୁ କଳାକାର ପ୍ରମାଣ ପତ୍ରର ବ୍ୟବସ୍ଥା କରାଯାଇଛି। ସେହିପରି ମା ମାଘେଶ୍ୱରୀ ଯୁବକ ସଂଘ ପକ୍ଷରୁ ୨୦ଜଣ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି ମହୋତ୍ସବରେ ଆଜି ମୁଖ୍ୟ ଅତିଥି ଭାବେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ମହାନ୍ତ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଶିରପାଣି ପଧାନ, ଶ୍ରୀଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସେବା ବିକାଶ ପରିଷଦର ଜିଲ୍ଲା ସଭାପତି ମିତ୍ରଭାନୁ ନାୟକ, ବ୍ଲକ ସଭାପତି ରାହାସ ବିଶ୍ୱାଳ, ଜୋତିରଞ୍ଜନ ରାଉତ, ମାଘେଶ୍ୱରୀ ଯୁବକ ସଂଘର ସଭାପତି ସାଧୁ ପଧାନ ଅନ୍ତର୍ଭୁକ୍ତ ରହିଥିଲେ। ଏହି ଉତ୍ସବରେ ସର୍ବୋପରି ମହିଳା ସଂକୀର୍ତ୍ତନ ମଣ୍ଡଳୀ ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories