www.samajalive.in
Sunday, December 14, 2025
14.1 C
Bhubaneswar

ଅତାବିରାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

ରେଙ୍ଗାଲି କ୍ୟାମ୍ପ: ଅତାବିରା ସରସ୍ଵତୀ କଲ୍ୟାଣ ମଣ୍ଡପ ଠାରେ ଆଜି ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଏନ୍ ଏ ସି ତଥା ବ୍ଲକର ଦୁଇ ହଜାରରୁ ଉର୍ଦ୍ଧ୍ବ କର୍ମୀଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟଅତିଥି ରୂପେ ଯୋଗ ଦେଇ ବିଜୁ ଜନତା ଦଳର ନୀତି, ଆଦର୍ଶ, ସଫଳତା, ବାଧା ବିଘ୍ନ, ଉତ୍ଥାନ ପତନ ଓ ବିକାଶ ଉପରେ ଆଲୋକପାତ କରିଥିଲେ। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ଉର୍କୁଲୁ ସାହୁ, ଡୋଲାମଣୀ ମହାନନ୍ଦ, ସନ୍ତୋଷ ବେହେରା, ପଞ୍ଚାନନ ପ୍ରଧାନ, ରଘୁ ବାରିକ୍, ଦୁଃଖିଶ୍ୟlମ ପ୍ରଧାନ, ଅର୍ଜୁନ ଦୀପ, ଅର୍ଜୁନ ଦାଶ, କୃଷ୍ଣ ମେଣ୍ଡେଳି, ରୀନା ବାରିକ୍, ଆର୍ ଏମ୍ ସି ଉପାଧ୍ୟକ୍ଷ ସୁଦାମ ଜାଲ, ଏନ୍ ଏ ସି ସଭାପତି ଟଙ୍କ ଦାଶ, ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାସାଗାର, ବ୍ଲକ ଅଧ୍ୟକ୍ଷା ରିତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଆର୍ସିଏମଏସ ଅଧ୍ୟକ୍ଷ ସିଦ୍ଧାର୍ଥ ସଂକର ପଣ୍ଡା ସଭା ପରିଚlଳନା କରିଥିଲେ। କଳିଙ୍ଗ ସମ୍ରାଟ ସ୍ବର୍ଗତ ବିଜୁ ବାବୁଙ୍କ ନୂତନ ଓଡ଼ିଶା ଗଠନ ଦଳିତ, ଅବହେଳିତ, ନିଷ୍ପେସିତ ତଥା ଆଦିବାସୀ ମହିଳାଙ୍କ ବିକାଶର ସପ୍ନକୁ ମୁଖ୍ୟମନ୍ତ୍ରୀ ସାକାର କରି ବିଶ୍ଵସ୍ତରରେ ଓଡ଼ିଶାକୁ ପ୍ରଶଂସିତ ଓ ଗୌରବାନ୍ଵିତ କରିପାରିଛନ୍ତି। ଓଡ଼ିଶାର ଚାରି କୋଟି ଜନତାଙ୍କ ଆଶା ଓ ଆକାଂକ୍ଷାକୁ ସମ୍ମାନ ଜଣାଇ ପଞ୍ଚମ ଥର ଭାବେ ମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରି ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିପାରିଛି।

- Advertisement -

ପ୍ରତିଷ୍ଠା ଉତ୍ସବ ଅବସରରେ ବିଧାୟିକା ଦଳୀୟ କର୍ମୀଙ୍କ ଗହଣରେ ସ୍ଥାନୀୟ ଅତାବିରା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଗ୍ରୀନ ଫିଲ୍ଡ ନାମକ ସଂସ୍ଥା ପକ୍ଷରୁ ୧୨୭୨ଟି ହାଇମେକ୍ସ ଲାଇଟ୍ ସହ ପୋଲର ଶୁଭାରମ୍ଭ କରିଥିଲେ। ଏହି ଦିବସରେ ବିଜେଡି ସମ୍ପାଦକ ସତ୍ୟ ମିଶ୍ର, ଶିବାଜି ନାଏକ, ଅସିତ୍ ମହାପାତ୍ର, ଯାଦବ ଭୁଏ, ମନୋଜ ପ୍ରଧାନ, ବନମାଳୀ ବରିହା, ଦୁର୍ଯ୍ୟୋଧନ ଗଡତିଆ, ସୁରେନ୍ଦ୍ର ମେହେର ପ୍ରମୁଖ ସହଯୋଗ କରିଥିଲେ।

Hot this week

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

Related Articles

Popular Categories