www.samajalive.in
Sunday, December 14, 2025
26.1 C
Bhubaneswar

ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

କଳା ବାଡିଆ: ବାଙ୍ଗିରିପୋଷି ଦୁର୍ଗା ମଣ୍ଡପ ପଡିଆରେ ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏକ ହଜାରରୁ ଉର୍ଦ୍ଧ୍ବ କର୍ମୀ ଓ ସ୍ୱୟଂ ସହାୟକ ସହାୟକ ଗୋଷ୍ଠୀର ମହିଳାଙ୍କୁ ନେଇ ଏହି ସଭା ଅନୁଷ୍ଠିତ ହୋଇଥିଲା। ମୂଖ୍ୟବକ୍ତା ଭାବେ ବ୍ଲକ ବିଜେଡି ସଭାପତି ବିରୋକିଶୋର ମହାନ୍ତି ମଞ ପରିଚାଳନା କରିଥିଲେ। ମୂଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ନବୀନ ପଟ୍ଟନାୟକ ବିଭିନ୍ନ ଜନହିତକର କାର୍ଯ୍ୟ ବର୍ଣ୍ଣନା କରିବା ସହିତ ଆଗାମୀ ନିର୍ବାଚନରେ ବିଜେଡିର ହାତ ସୃଦୃଢ଼ କରିବା ପାଇଁ କର୍ମୀ ଓ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ। ନୂତନ ଭାବେ ନିର୍ମିତ ଯାତ୍ରୀ ପ୍ରତୀକ୍ଷା ଳୟକୁ ଉଦଘାଟନ କରିବା ସହିତ ଦଳୀୟ କର୍ମୀଙ୍କ ସହିତ ଆଲୋଚନା କରି ମନ୍ତ୍ରୀ ବାରିପଦା ଫେରି ଯାଇଥିଲେ।

ମଞରେ ବ୍ଲକ ଅଧ୍ୟକ୍ଷ ସୁବୋଧ ମାରାଣ୍ଡି, ପୂର୍ବତନ ବିଧାୟକ ଅଜେନ ମୁର୍ମୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟ ନାଥ ମାରାଣ୍ଡି, ରାମ ଚନ୍ଦ୍ର ମୁର୍ମୁ, ଛାତ୍ର ଯୁବ ସଭାପତି ଦୁବାୟ ମାଝୀ, ସମାଜସେବୀ ମତିଲାଲ ଦାଶ, ବିଶ୍ବଜିତ ଶର୍ମା, କମଳାକାନ୍ତ ବାରିକ, ଦୀପକ କୁମାର ମହାନ୍ତି, ସଂଜିବ ମହାନ୍ତି, ଭାସ୍କର ଚନ୍ଦ୍ର ମହାନ୍ତ, ବାଙ୍ଗିରିପୋଷି ସରପଞ୍ଚ ସୁନିମଣୀ ସିଂ, ସଭାନେତ୍ରୀ ଅନିତା ବେହେରା, ଜୋନ୍ ସଭାପତି ବିଣାପାଣି ସାହୁ ସହିତ ବହୁ କର୍ମୀ ଉପସ୍ଥିତ ଥିଲେ। ସଭାଶେଷରେ ପ୍ରିୟ ନାଥ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories