www.samajalive.in
Sunday, December 14, 2025
19.1 C
Bhubaneswar

ନିପା ପକ୍ଷରୁ ୨୦୨୧ ବଡ଼ଦିନ ଉତ୍ସବ ପାଳନ

ନବରଙ୍ଗପୁର: ନବରଙ୍ଗପୁର ଏଣ୍ଟର ଡିନମିନେସନାଲ ପାଷ୍ଟର ଆସୋସିଏସନ (ନିପା) ତରଫରୁ ବଡ଼ଦିନ ଉତ୍ସବ ୨୦୨୧ ଜବାଗୁଡାସ୍ଥିତ ଲାଇଟ ହାଉସ ବାଷ୍ଟିସ ଚର୍ଚ୍ଚରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଓ ବକ୍ତା ଡ଼ଃ ଦାନିଏଲ ସେନାପତି ଯୋଗ ଦେଇ ବଡ଼ଦିନ ଉପଲକ୍ଷେ ପବିତ୍ର ଧର୍ମଶାସ୍ତ୍ର ବାଇବଲରୁ କିଛି ଅଂଶ ପାଠ କରି ସମସ୍ତ ପାଳକମାନଙ୍କୁ ବାକ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ, ରେଭ ପ୍ରଦୀପ କୁମାର ନନ୍ଦ ସଭାପତି ପ୍ରଦୀପ ପ୍ରଜ୍ଜଳନ କରି ଏକତା ଓ ବଡ଼ଦିନ ବିଷୟରେ ଆଲୋକପାତ କରିଥିଲେ।

ଡ଼ଃ ଖ୍ରୀଷ୍ଟଦାନ ନାଗ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ସମ୍ବଦ୍ଧନା କରିଥିଲେ, ଡ଼ଃ ତେଜବିନ ନାୟକ ମଞ୍ଚ ପରିଚାଳନା କରିଥିଲେ, ରେଭ ଗାବ୍ରିଏଲ ସେନାପତି ଉପସ୍ଥିତ ସମସ୍ତ ଅତିଥି ଓ ପାଳକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଭ ପ୍ରଦୀପ କୁମାର ନନ୍ଦ ସଭାପତି, ରେଭ ଏନ. କେ. ଖୋସଲା ଉପ ସଭାପତି, ରେଭ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ, ରେଭ ଗାବ୍ରିଏଲ ସେନାପତି ସହ ସମ୍ପାଦକ, ରେଭ ଶାମୁଏଲ ଲିମା କୋଷାଧକ୍ଷ, ରେଭ ସରୋଜ କର୍କରା ପବ୍ଲିକ ରେଲେସନ ସମ୍ପାଦକ, ଫାଦେର ତେଜମୟ ଦଣ୍ଡିଆ ରିଲିଫ ସମ୍ପାଦକ, ରେଭ ସୁଜିତ କୁମାର ବାଘ ସୋସିଆଲ କଂସେର୍ଣ ସମ୍ପାଦକ, ରେଭ ବାବୁଲା ପରିଛା ୟୁଥ ସମ୍ପାଦକ, ରେଭ ପିତର ଖୁରା ଓ ମୋହନ ଦାସ ଉପଦେଷ୍ଟା, ରେଭ ପି. ଡି. ହିଆଲ ବୋର୍ଡ ମେମ୍ବର, ବୋର୍ଡ ମେମ୍ବର, ରେଭ ତେଜବିନ ନାୟକ, ରେଭ ସଂଜୀବ କୁମାର ମନବୋଧ ଟ୍ରେନିଙ୍ଗ ସମ୍ପାଦକ, ରେଭ ଦିବାକର ଚେଟି ମିଶନ ସମ୍ପାଦକ, ରେଭ ସୁବାଷ ରନ୍ଧାରୀ ଲିଟେରେଚର ସମ୍ପାଦକ, ରେଭ କେଶବ ମୂର୍ତ୍ତି ଷ୍ଟାଟିସଷ୍ଟିକ ସମ୍ପାଦକ, ରେଭ ଭୁବନ କଛପ କମ୍ୟୁନି କେସନ ସମ୍ପାଦକ, ଅନ୍ୟ ମାନଙ୍କ ନବରଙ୍ଗପୁର ବ୍ଲକର ନେତା ପାଳକ ଜେପସନ ସୁନା ଓ ପାଳକ ନିକୁଞ୍ଜ କର୍କରା, ରାଇଘର ବ୍ଲକର ନେତା ଭି. ବୋଇରା ମୁଥୁ ଓ ରେଭ ମୋହନ ଦାସ, ଉମରକୋଟ ବ୍ଲକର ନେତା ରେଭ ବେନ୍ୟାମୀନ ଉପାସି ଓ ରେଭ ରଞ୍ଜିତ ଗରଡା, ଡାବୁଗାଁ ବ୍ଲକର ରେଭ ବିଜୟ କୁମାର ସୁନ୍ଦରମଣି ଓ ରେଭ ବିପିନ ଡ଼ଙ୍ଗରି, ପାପଡାହାଣ୍ଡି ବ୍ଲକର ନେତା ପାଳକ ଗାବ୍ରିଏଲ କର୍କରା ଓ ରେଭ ନାଜରିତ ହିଆଲ, ତେନ୍ତୁଳୀଖୁଣ୍ଟି ବ୍ଲକର ନେତା ରେଭ ରମେଶ ଗରଡା ଓ ପାଳକ ଜାବେଶ ଖୁରା, ନନ୍ଦାହାଣ୍ଡି ବ୍ଲକର ନେତା ରେଭ ବିଜୟ ବସନ୍ତ ନାୟକ ଓ ରେଭ ସାଲେମ ରାଜୁ ଖୁରାଙ୍କ ସହିତ ଦଶଟି ବ୍ଲକର ପ୍ରାୟ ୨୫୦ ଜଣ ପାଳକ ଉପସ୍ଥିତ ଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories