www.samajalive.in
Saturday, December 13, 2025
21.1 C
Bhubaneswar

ଲାଞ୍ଜିଗଡ଼ ଅଞ୍ଚଳରେ ପ୍ରବଳ ଶୀତ, ୭ ଡିଗ୍ରୀକୁ ତଳକୁ ଖସିଲା ପାରଦ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଅଞ୍ଚଳରେ ଏବେ ପ୍ରବଳ ଶୀତ ଅନୁଭୁତ ହେଉଛି। ଆଜି ଏହି ଅଞ୍ଚଳରେ ପାରଦ ୭ ଡିଗ୍ରୀ ରେକର୍ଡ କରାଯାଇଥିବା ଅନୁମାନ କରାଯାଉଛି। ବନ ପାହାଡ଼ ଘେରି ରହିଥିବା ଏହି ଲାଞ୍ଜିଗଡ଼ ବ୍ଳକରେ ସକାଳୁ ସକାଳୁ ଘନ କୁହୁଡ଼ି ସହିତ ହାଲୁକା ପବନ ପ୍ରଭାବିତ ହେବା ସାଙ୍ଗକୁ ହାଡ଼ ଭଙ୍ଗା ଶିତ ଅନୁଭୁତ ହେଉଛି। ଅପରାହ୍ନ ୪ ଘଣ୍ଟା ଟାରୁ ଶୀତ ଆରମ୍ଭ ହେବା ସହତି କୁହଡିଆ ପରିବେଶ ସୃଷ୍ଟି ହେଉଛି। ପ୍ରବଳ ଶୀତ ଯୋଗୁଁ ସନ୍ଧ୍ୟା ସାଢ଼େ ସାତଟା ପରେ ଲାଞ୍ଜିଗଡ଼ ସହର ଜନ ଗହଳି କମିବାରେ ଲାଗିବା ସହିତ ଅଧିକାଂଶ ଦୋକାନ ବଜାର ବନ୍ଦ ହୋଇ ଯାଉଛି। ସକାଳେ ୭ ଘଣ୍ଟା ସମୟରେ ପିଲା ସ୍କୁଲ ଯିବା ପାଇଁ ରାସ୍ତା କଡରେ ସ୍କୁଲ ବସ ଅପେକ୍ଷାରେ ରହିଥିବା ବେଳେ ସକାଳୁ ଘନ କୁହୁଡି ସହିତ ହାଡ଼ ଭଙ୍ଗା ଶିତ ଅନୁଭୁତ ହେଉଛି। ସହରର ବିଭିନ୍ନ ସ୍ଥାନରେ ଲୋକେ ସକାଳୁ ସକାଳୁ ନିଆଁ ଜାଳି ବସିଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

 

- Advertisement -

ଲାଞ୍ଜିଗଡ଼ ଏକ ଶିଳ୍ପାଞ୍ଚଳ ଯୋଗୁଁ ସକାଳ ଭୋର ୫ ଟାରେ କମ୍ପାନୀକୁ ଯାଉଥିବା କର୍ମଚାରୀମାନଙ୍କ ଚା ଦୁକାନ ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ବ୍ଳକ ଅଞ୍ଚଳରେ ପ୍ରାୟ ୧୫ ଗୋଟି ପଞ୍ଚାୟତ ପାହାଡ ଘେରା ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ୬୦ ପ୍ରତିଶତ ଆଦିମ ଜନଜାତି ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ଏହି ସବୁ ଗାଁ ମାନଙ୍କରେ ପ୍ରବଳ ଶୀତ ଯୋଗୁଁ ସନ୍ଧ୍ୟା ହେଲେ ନିଜ ନିଜ ଘର ଦୁଆରେ କାଠ ଗଣ୍ଡିରେ ନିଆଁ ଲଗେଇ ତାର ପାର୍ଶ୍ବରେ ଘେରି ବସିଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ହାଡ଼ ଭଙ୍ଗା ଶୀତ ମଧ୍ୟରେ କିଛି ଲୋକ ସକାଳୁ ଶୀତକୁ ଖାତିର ନକରି ଶୀତ ବସ୍ତ୍ର ପରିଧାନ କରି ପ୍ରାନ୍ତ ଭ୍ରମଣରେ ବାହାରୁଛନ୍ତି। ଏହି ପ୍ରକାର ଶୀତ ଅଞ୍ଚଳରେ ୩୦ ବର୍ଷ ପୂର୍ବରୁ ହେଉଥିବା ଅଞ୍ଚଳର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories