www.samajalive.in
Saturday, December 13, 2025
26.1 C
Bhubaneswar

ପୂଜାରିଗୁଡା ଗ୍ରାମପଞ୍ଚାୟତ ଆଦିବାସୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମ ପଞ୍ଚାୟତର ଆଦିବାସୀଙ୍କୁ ମିଳୁନି ଜଙ୍ଗଲ ଜମିର ଅଧିକାର। ଏହାକୁ ନେଇ ଗତ ରବିବାର ଦିନ ଏହି ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ପଞ୍ଚାୟତର ଅଧିବାସୀଙ୍କ ମେଳି ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଖୁଣ୍ଟିପଦର ଠାରେ ବିରାଟ ଆଦିବାସୀ ମେଳି ହୋଇଥିଲା। ଏଠାରେ ସମସ୍ତଙ୍କ ଏକ ମତରେ ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟରେ ଆଦିବାସୀଙ୍କ ନିଜର ହକ୍ ପାଇଁ ଲଢେ଼ଇ କରିବ ବୋଲି ଆଦିବାସୀ କହିଛନ୍ତି। ଆଜକୁ ୨୦ବର୍ଷରୁ ଉର୍ଦ୍ଧ ହେଲା ଓଡ଼ିଶାରେ ବିଜେଡ଼ି ସରକାର ଆଦିବାସୀଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛି ବୋଲି ଆଦିବାସୀଙ୍କୁ ଠକି ଚାଲିଛି।

ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ୩ରୁ ୪କିମିର ଆଧିବାସୀଙ୍କୁ ନିଜର ହକ୍ ଦେଇପାରୁ ନାହିଁ ୧୫ଟି ପଞ୍ଚାୟତରେ କେତେବେଳେ ଆଦିବାସୀଙ୍କୁ ଅଧିକାରୀ ଦେଵ। ଆଜି ପଞ୍ଚାୟତର ଜନସାଧାରଣ ଏକତ୍ର ହୋଇ ଖୁଣ୍ଟିପଦର ଠାରୁ ଏକ ବିରାଟ ପତୁଆରେ ଆଧିବାସୀମାନେ କଂଗ୍ରେସର ପତାକା ଧରି ରାଜ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି, ଆଦିବାସୀଙ୍କୁ ନିଜର ଜଙ୍ଗଲ ଜମି ଅଧିକାର ଦେଇ ପାରୁନଥିବା ସରକାରକୁ ୩ ସ୍ତରୀୟ ନିର୍ବାଚନରୁ ପାନେ ଦେବାକୁ ବର୍ତ୍ତମାନ ଠାରୁ ସମର ସଜା ଚାଲିଛି।

- Advertisement -

ସୂଚନା ଥାଉକି ସମବାର ଦିନ ପଞ୍ଚାୟତ ସମିତି ଶେଷ ବୈଠକରେ ରାଜସ୍ବ ବିଭାଗ ତରଫରୁ ଅତିରିକ୍ତ ତହସିଲଦାର ଯୋଗ ଦେଇ ଜଙ୍ଗଲ ଜମି ବିଷୟରେ ଉପସ୍ଥାପନ କରିଥିଲେ। ବୈଠକରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ତେନ୍ତୁଳିଖୁଣ୍ଟି ଚେୟାରମ୍ୟାନ ଦେବକୀ ନାୟକ ଉପସ୍ଥିତ ଥିଲେ। ଏମାନେ ଉପସ୍ଥିତ ଥାଇ ଆଦିବାସୀଙ୍କ ପାଇଁ ଆଦିବାସୀଙ୍କୁ ହକ୍ ନଦେବା ଏହାଟୁ ଆଉ ଲଜ୍ଜାର ବିଷୟ କଣ ହୋଇପାରେ ବୋଲି କହିଛନ୍ତି। ତହସିଲଦାର ଅନୁପସ୍ଥିତରେ ଅତିରିକ୍ତ ତହସିଲଦାରଙ୍କୁ ଦାବି ପତ୍ର ଦିଆଯାଇଥିଲା। ଦାବୀପତ୍ର ଦେବା ସମୟରେ କଥା ଦେଇ କଥା ରଖିଥିବାରୁ କଂଗ୍ରେସ ଦଳ ନେତାମାନଙ୍କୁ ପଞ୍ଚାୟତ ତରଫରୁ ସାଧୁବାଦ ଜଣାଇଥିଲେ ପଞ୍ଚାୟତବାସୀ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories