www.samajalive.in
Thursday, December 11, 2025
16.1 C
Bhubaneswar

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗଳାକାଟି ହତ୍ୟା

ରାଉରକେଲା: ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ସେକ୍ଟର-୨୧ ନୟାବଜାର ସ’ମିଲ ଛକରେ ଜଣେ ଯୁବକକୁ ଗଳାକାଟି ହତ୍ୟା କରାଯାଇଛି। ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରେ କୁହାଯାଇଛି। ମୃତ ଯୁବକର ନାମ ପିଣ୍ଟୁ ଶ୍ରୀବାସ୍ତବ ବୋଲି ଜଣାପଡ଼ିଛି। ପିଣ୍ଟୁର ଘର ବନ୍ଧମୁଣ୍ଡାର ଫଟା ପାଇପ ବସ୍ତି ଅଞ୍ଚଳରେ ବୋଲି ଜଣାପଡ଼ିଛି। ମୃତ ପିଣ୍ଟୁ ସହିତ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକଙ୍କର ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ଆଜି ତୀବ୍ର ରୂପ ନେଇଥିଲା। ମଧ୍ୟାହ୍ନରେ ଏହି ଯୁବକଙ୍କ ସହିତ ପିଣ୍ଟୁର ବଚସା ତୀବ୍ର ରୂପ ନେଇଥିଲା। ନୟାବଜାର ସ’ମିଲ ଛକ ନିକଟରେ ଏକ ଧାରୁଆ ଅସ୍ତ୍ରରେ ପିଣ୍ଟୁକୁ ଆକ୍ରମଣ କରାଯାଇଥିଲା। ଫଳରେ ପିଣ୍ଟୁର ଗଳାରେ ଗଭୀର ଅଘାତ ଲାଗିଥିଲା। ଆକ୍ରମଣକାରୀ ଯୁବକ ଏହି କାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲା। ସ୍ଥାନୀୟ ଯୁବକ ପିଣ୍ଟୁକୁ ଗୁରୁତର ଆହତ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୂର୍ବ ଶତୃତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡର ଶିକାର ଯୁବକ ଓ ହତ୍ୟାକାରୀ ଉଭୟ ଏହି ବସ୍ତିର ନୁହଁନ୍ତି। ଗତ କିଛି ଦିନ ତଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଏହି ଅଞ୍ଚଳକୁ ଆସିଥିବା ଦେଖିଛନ୍ତି। ଆଜି ଏହି ଘଟଣା ପ୍ଲାଣ୍ଟ ସାଇଟ ପୁଲିସ ଏସମ୍ପର୍କରେ ଗୋପବନ୍ଧୁ ପାଲୀ ଅଞ୍ଚଳର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories