ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ରୋଗି କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାକ୍ତରଖାନା ପ୍ରମୁଖ ପ୍ରିୟ ରଞ୍ଜନ ବାହାଲିଙ୍କ ଅଧକ୍ଷତାରେ ବିଡ଼ିଓ ରଞ୍ଜିତା ମଲିକ, ତହସିଲଦାର ଯୋଗଶ୍ୱର ଭୋଇ, ପୂର୍ବତନ ବ୍ଲକ ଅଧକ୍ଷ ସୋମନାଥ ବିଶୋଇ, ତ୍ରିନାଥ ପ୍ରଧାନ, ସିଡିପିଓ ଏସ ଗୀତା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଡାକ୍ତରଖାନା ପରିସରକୁ ସୋନ୍ଧର୍ଯ୍ୟ କରଣ, ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଓ ସ୍ୱଛତା ନେଇ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିପିଏମ ନିବେଦିତା ପଟନାୟକ, ଵିଏଏମ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



