www.samajalive.in
Monday, December 8, 2025
27.1 C
Bhubaneswar

ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ସଭାପତି ହେଲେ ଡବ୍ଲୁ. ବାଳକ୍ରିଷ୍ଣା

ଗୋପାଳପୁର: ଗୋପାଳପୁର କଂଗ୍ରେସରେ ଏକ ନୂତନ ସମୀକରଣ ଦେଖିବାକୁ ମିଳିଥିବା ବେଳେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟ ପକ୍ଷରୁ ନୂତନ ଭାବେ ଡବ୍ଲୁ .ବାଳକ୍ରିଷ୍ଣାଙ୍କୁ ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଭାବେ ମନୋନୀତ କରାଯାଇଛି। ଆଜି ଏହି କ୍ରମରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଏହା ପ୍ରକାଶ କରାଯାଇଛି। ନୂତନ ଭାବେ ବ୍ଲକ କଂଗ୍ରେସ ସଭାପତି ମନୋନୀତ ହେବା ପରେ ବାଳକ୍ରିଷ୍ଣା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଆଗାମୀ ଦିନରେ କଂଗ୍ରେସ ଦଳରେ ଥିବା ତୃଣମୂଳ ସ୍ତରର କର୍ମୀମାନଙ୍କୁ ଏକଜୁଟ କରାଇବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ ୩୨ ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଜିତାଇବା ଏବଂ ୩ଟି ଜିଲ୍ଲା ପରିଷଦ ଜୋନ ସଭ୍ୟ ପଦବୀ ଦଳ କିପରି ଅକ୍ତିଆର କରିବ ତାହା ନେଇ ରଣନୀତି ପ୍ରସ୍ତୁତ କରିବେ। ଏହା ସହ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ଏତେ ବଡ ଗୁରୁ ଦାୟିତ୍ବ ଦେଇଥିବାରୁ ସେ ଜିଲ୍ଲା ସଭାପତି ରମେଶ ଜେନା ସମେତ ପ୍ରଦେଶ ସଭାପତି ନିରଞ୍ଜନ ପଟ୍ଟନାୟକ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories