www.samajalive.in
Sunday, December 7, 2025
16.1 C
Bhubaneswar

ନିର୍ବାଚନର ଦେଢମାସ ପରେ ମଧ୍ୟ ହୋଇପାରୁନି ପୌରପରିଷଦ ବୈଠକ; ଅଟକିଛି ସହରର ବିକାଶ

ନବରଙ୍ଗପୁର: ଜିଲା ସଦରମହକୁମା ନବରଙ୍ଗପୁର ପୌରପରିଷଦର ନିର୍ବାଚନ ସରିବାର ଦୀର୍ଘ ଦେଢମାସ ବିତି ଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ପୌରପରିଷଦ କାଉନସିଲ ବୈଠକ ହୋଇପାରୁନି। ଗତ ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ଓ ୨୬ରେ ଫଳାଫଳ ଘୋଷଣା ହୋଇଥିଲା। ତେବେ ଦୀର୍ଘଦିନ ପରେ ମଧ୍ୟ କାଉନସିଲ ବୈଠକ ହୋଇପାରିନି। ଗତ ୨ ତାରିଖ ଦିନ ପ୍ରଥମ କାଉନସିଲ ବୈଠକ ପାଇଁ ସ୍ଥିର କରାଯିବା ସହିତ ଏସଂପର୍କରେ ପୌରାଧ୍ୟକ୍ଷ କୁନୁ ନାୟକ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ସଦାଶିବ ପ୍ରଧାନୀଙ୍କର ସମେତ ଉପାଧ୍ୟକ୍ଷା ଓ ସମସ୍ତ ପାରିଷଦଙ୍କୁ ଚିଠି କରିଥିଲେ। ତେବେ ସାଂସଦ ଓ ବିଧାୟକ ବୈଠକରେ ଉପସ୍ଥିତ ରହିପାରିବେନି କହିବା ପରେ ଏହି ବୈଠକକୁ ଘୁଞ୍ଚାଇ ଦିଆଯାଇଥିଲା। ଏହା ପରେ ଗତ ୧୨ ତାରିଖରେ ବୈଠକ ରଖା ଯିବାକୁ ସ୍ଥିର କରାଯାଇଥିଲେ ହେଁ ପୁଣି ଏହାକୁ ଘୁଞ୍ଚାଇ ଦିଆଯାଇଛି। ଏବେ ପୁଣି ଆସନ୍ତା ୨୬ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛିା ତେବେ ଏହି ବୈଠକରେ ମଧ୍ୟ ସାଂସଦ ଓ ବିଧାୟକ କୁଆଡେ ସମୟ ନଥିବା କହୁଥିବାରୁ ପୁଣି ଘୁଞ୍ଚାଇବାର ଯୋଜନା କରାଯାଇଛି। ଏହି କାଉନସିଲ ବୈଠକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଏହି ବୈଠକରେ ସହରର ପରିମଳ, ଉନ୍ନୟନ, ଆଲୋକିକରଣ, ଜଳଯୋଗାଣ ଓ ପାରିଷଦଙ୍କୁ ଅନୁରୋଧକ୍ରମେ ଅନ୍ୟାନ୍ୟ ସହରର ବିକାଶ ପାଇଁ ଆଲୋଚନା କରାଯିବାର ରହିଛି। ଏହା ସହିତ ପୌରପାଳିକାର ବିଭିନ୍ନ ସ୍କିମ ଓ ଯୋଜନା ବଜେଟ ବିଷୟରେ ଆଲୋଚନା କରାଯିବା ସହିତ ନୂତନ ଉନ୍ନୟନ କାର୍ଯ୍ୟର ପ୍ରସ୍ତାବ ଆଗତ କରାଯାଇଥାଏ। ତେବେ ନିର୍ବାଚନ ପରେ କୌଣସି ବୈଠକ ହୋଇ ପାରୁନଥିବାରୁ ସହର ବିକାଶ କାର୍ଯ୍ୟ ଅଟକି ରହିଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟଯେ, ଏଠାରେ ପୌରାଧ୍ୟକ୍ଷ ଭାବେ ବିଜେପି ପ୍ରାର୍ଥୀ କୁନୁ ନାୟକ ବିଜୟୀ ହେବାପରେ ବିଜେଡିର ସାଂସଦ ଓ ବିଧାୟକ କାଉନସିଲ ବୈଠକରେ ଯୋଗଦେବାକୁ ଇଛା ପ୍ରକାଶ କରୁନଥିବା କୁହାଯାଉଛି। କୁନୁ ନାୟକ ପୂର୍ବରୁ ବିଜେଡିରେ ପୌରାଧ୍ୟକ୍ଷ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ। ତେବେ ଦଳ ତାଙ୍କୁ ଟକିଟ ନଦେବାରୁ ସେ ବିଜେପି ଟିକଟ ପାଇ ବିଜୟୀ ହୋଇଥିଲେ। ତେବେ ସାଂସଦ ଓ ବିଧାୟକ ଜିଲାର ବିଭିନ୍ନ ସରକାରୀ ସଭା ସମିତି, ଦଳୀୟ ସଭା, ଭୋଜିଭାତ, ବିବାହ ଓ ଦଶାକାର୍ଯ୍ୟ ପ୍ରଭୃତିରେ ଯୋଗଦେଉଥିବା ବେଳେ ସହରର ବିକାଶ ପାଇଁ ଉଦ୍ଦିଷ୍ଟ ପୌରପାଳିକାର ଗୁରୁତ୍ୱପୂର୍ଣ୍ଣ କାଉନସିଲ ବୈଠକରେ ଯୋଗଦେବାକୁ ସମୟ ନଦେବା ନେଇ ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ନୂତନ ଭାବେ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା କୁନୁନାୟକ ରାଜନୀତିରେ ନବାଗତ ହୋଇଥିବାବେଳେ ସେ ବୈଠକ ହୋଇପାରୁନଥିବା ନେଇ ଅସହାୟ ହୋଇ ପଡ଼ିଛନ୍ତି। କିଛିଦିନ ପରେ ବର୍ଷା ଋତୁ ଆରମ୍ଭ ହେବାକୁ ଥିବାବେଳେ ସହରର ଉନ୍ନୟନ କାର୍ଯ୍ୟ ହୋଇପାରିବ ନାହିଁ। ମୁଖତଃ ସହର ନାଳ ନର୍ଦ୍ଦମା ସଫେଇ ଯୁଦ୍ଧକାଳୀନ ଭିତ୍ତିରେ କରାନଗଲେ ଆସନ୍ତା ବର୍ଷା ସମୟରେ ସହର ଭିତରେ ନାଳ ନର୍ଦ୍ଦମା ପାଣି ପଶିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏ ସଂପର୍କରେ ୧୦ନମ୍ବର ୱାର୍ଡର କାଉନସିଲର ଏ.ସତୀଶ କହିଛନ୍ତିଯେ, ନିର୍ବାଚନ ପରେ ପ୍ରଥମ କାଉନସିଲ ବୈଠକ ହୋଇ ନପାରିବାରୁ ସହରର ଉନ୍ନତି କାମ ହୋଇପାରୁନି। ସାହି ରାସ୍ତା, ନାଳ ସଫେଇ, ପରିମଳ ବ୍ୟବସ୍ଥା, ବିଦ୍ୟୁତକରଣ କାମରେ ବାଧା ଦେଖାଦେଇଛି। ବାରମ୍ବାର ଜଣାଇବା ପରେ ମଧ୍ୟ ସାଂସଦ ଓ ବିଧାୟକ ସମୟ ନଦେବା ପରିତାପର ବିଷୟ ହୋଇଛି।

- Advertisement -

ଅପରପକ୍ଷରେ ପୌରାଧ୍ୟକ୍ଷ କୁନୁ ନାୟକଙ୍କୁ ପଚାରିବାରୁ ପୌରପାଳିକାର ପ୍ରଥମ ସାଧାରଣ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାକୁ ଥିବାବେଳେ ତାହା ହୋଇପାରୁନି। ନିର୍ବାଚନ ସରିବା ପରେ ବୈଠକ ହେବା କଥା। ଏଥିପାଇଁ ତିନିଥର ତାରିଖଧାର୍ଯ୍ୟ ହୋଇ ଥିଲେ ମଧ୍ୟ ବୈଠକ ହୋଇ ପାରୁନି। ସାଂସଦ ଓ ବିଧାୟକ ସମୟ ଦେଇ ପାରୁନଥିବାରୁ ବୈଠକ ଘୁଞ୍ଚାଯାଉଛି। ରାଜ୍ୟର ସବୁ ପୌରପାଳିକାରେ ବୈଠକ ସରିଥିବାବେଳେ କେବଳ ନବରଙ୍ଗପୁର ପୌରପାଳିକାର ବୈଠକହୋଇ ପାରୁନଥିବା ଦୁଃଖ ଲାଗୁଛି। ବୈଠକ ହୋଇନ ଥିବାରୁ ଏହା ସହର ବିକାଶରେ ବାଧକ ହେଉଛି। ତେବେ ନିର୍ବାଚନ ପରେ ଦଳମତ ନିର୍ବିଶେଷରେ ସମସ୍ତେ ମିଶି କାମ କଲେ ସହରର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବା ସହିତ ଲୋକଙ୍କର ଆଶା ପୂରଣ ହୋଇପାରିବ ବୋଲି କହିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories