www.samajalive.in
Sunday, December 7, 2025
26.1 C
Bhubaneswar

ନବରଙ୍ଗପୁରରେ  ବଢି ଚାଲିଛି କରୋନା ସଂକ୍ରମଣ, ଆଜି ୪୩୩ ନୁଆ ସଂକ୍ରମିତ ଚିହ୍ନଟ

ନବରଙ୍ଗପୁର: ନବରଙ୍ଗପୁର କରନା ସଂକ୍ରମଣ ଙ୍କୁ ନେଇ ପ୍ରଶାସନ ଓ ସରକାର ଅନେକ ସଚେତନ କରୁଛନ୍ତି` ତଥାପି ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବ୍ୟାପିବାରେ ଲାଗିଛି। ପରିସ୍ଥିତି ଅସମ୍ଭାଳ ହେଲାଣି। ନବରଙ୍ଗପୁର ଜିଲ୍ଲାରେ ଆଜି ୪୩୩ ନୁଆ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାରେ ମୋଟ ସଂକ୍ରମଣ ସଂଖ୍ୟା ଏଗାର ହଜାର ଡେଇଁଲାଣି, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆସି ୧୧୦୦୭ରେ ପହଞ୍ଚିଛି। ସେଥିମଧ୍ୟରୁ ୭୮୩୨ଜଣ ସୁସ୍ଥ ହୋଇଥିବା ବେଳେ ୩୧୦୧ ଜଣକ ମଧ୍ୟରୁ  ୨୯୯୭ ଡାକ୍ତରଙ୍କ ପରାମର୍ଶ କ୍ରମେ  ହୋମ ଆଇସୋଲେସନ ରେ ରହି ଚିକିତ୍ସିତ ହେଉଛନ୍ତି। ଛତିଶଗଡ ସୀମାନ୍ତ ରେ ଥିବା ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ଝରିଗାଁ ବ୍ଲକ ରେ କରୋନା ସ୍ଥିତି ଉଦବେଗଜନକ ରହିଛି। ଆଜକୁ ୧୩ ଦିନ ହେବ କେବଳ ସୀମାନ୍ତରେ ଥିବା ଏହି ବ୍ଲକ ଗୁଡିକ ରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ପ୍ରଶାସନର ଚିନ୍ତା ବଢ଼ାଇଦେଇଛି।  ଜିଲ୍ଲାରେ ଯେଭଳି ଭାବେ କରୋନା ସଂକ୍ରମିତ ବୃଦ୍ଧି ପାଉଛି କେବଳ ପ୍ରଶାସନ ନୁହେଁ ନିର୍ବାଚିତ ପ୍ରତିନିଧୀ ମାନଙ୍କ ପାଇଁ ବି ଚିନ୍ତା ବଢ଼ାଇଦେଇଛି।
ନିର୍ବାଚିତ ପ୍ରତିନିଧୀ ମାନଙ୍କ ବାରମ୍ବାର ଦାବି ପରେ ଉମରକୋଟ, ଚନ୍ଦାହାଣ୍ଡି, ରାଇଘର  ଓ କୋଷାଗୁମୁଡା ଠାରେ ୧ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର ଆରମ୍ଭ ହୋଇଯାଇଛି। ସମସ୍ତ କୋଭିଡ କେୟାର କେନ୍ଦ୍ର ରେ ଗୁରୁତର ଙ୍କୁ ଅକ୍ସିଜେନ୍ ର ବ୍ୟବସ୍ଥା କରାଯାଇଛି । ନବରଙ୍ଗପୁର ଠାରେ ବି କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ପାଇଁ ଦାବି କରିବା ପରେ ଏବେ ଯନ୍ତ୍ରପାତି ଆସିଛି କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ସୋମବାର ଦିନ ମୋଟ ସଂକ୍ରମିତ ମଧ୍ୟରୁ  ଉମରକୋଟ ସହର ରେ ୩୪, ଉମରକୋଟ ବ୍ଲକରେ ୪୧, ନବରଙ୍ଗପୁର ପୋୖରାଞ୍ଚଳ ୧୮, ବ୍ଲକ ରେ ୨, ଝରିଗାଁ ବ୍ଲକ ରେ ୬୨, ରାଇଘର ବ୍ଲକ ରେ ୭୧, ଚନ୍ଦାହାଣ୍ଡି ବ୍ଲକ ରେ ୧୦୫, ଡାବୁଗାଁ ବ୍ଲକ ରେ ୨୦ ଜଣ, ପାପଡାହାଣ୍ଡି ବ୍ଲକ ରେ ୪୧, କୋଷାଗୁମୁଡା ବ୍ଲକ ରେ ୯ , ନନ୍ଦାହାଣ୍ଡି ବ୍ଲକ ରେ ୧୫ ଓ ତେନ୍ତୁଳିଖୁଣ୍ଟି ବ୍ଲକ ରେ ୧୪ ଜଣ ଚିହ୍ନଟ ହୋଇଛନ୍ତି। କୋରାପୁଟ ଜିଲା କୋଟପlଡ଼ ର ଜଣେ  ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories