www.samajalive.in
Saturday, December 13, 2025
23.1 C
Bhubaneswar

ନବରଙ୍ଗପୁର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ

ନବରଙ୍ଗପୁର: ଆଜି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଜଜ ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୧ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ଜଜ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ତିନିଟି (୩) ଏମ.ଏ.ସି.ଟି. କେସ ଫଇସଲା କରି ଟ.୧୫,୨୦,୦୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ୟ୍ୟ କରିଛନ୍ତି । ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସୁଦାମ ଚରଣ ଦାସ ୮ଟି ମକଦ୍ଦମାର ଫଇସଲା କରି ଟ.୧,୦୦୦/- ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅନ୍ନପୂର୍ଣ୍ଣା ନାୟକ ୨ ଟି ପ୍ରାକ ମକଦ୍ଦମା ଆପୋଷ ମିଳାମିଶା କରିଛନ୍ତି। ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରିୟ ରଞ୍ଜନ ଓଝା ୪୬ ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ, ୧ ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି।

ଏହି ଲୋକ ଅଦାଲତରେ ବ୍ୟାଙ୍କର ୫ ଟି ପ୍ରାକ ମକଦ୍ଦମା ଫଇସଲା କରାଯାଇ ଟ. ୧,୭୬,୦୦୦/- ଋଣ ଆଦାୟ କରାଯାଇଛି। ଏହି ଲୋକ ଅଦାଲତରେ ସର୍ବମୋଟ ୧୨୦ ଗୋଟି କୋର୍ଟ କେସର ଫଇସଲା କରାଯାଇଛି। ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ ପ୍ରଣୟ କୁମାର ଦାସ, ବରିଷ୍ଟ ଦେବାନୀ ଜଜ ରାଜ କିଶୋର ଜେନା, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଅପର୍ଣ୍ଣା ମହାପାତ୍ର ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁମନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଅନ୍ନପୂର୍ଣ୍ଣା ନାୟକ ଏହି ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories