www.samajalive.in
Friday, December 12, 2025
16.1 C
Bhubaneswar

ହରଭଙ୍ଗାରେ ବୃହତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୭୩୦କୋଟି ଟଙ୍କାର ଟେଣ୍ଡର ଚୂଡାନ୍ତ

ହରଭଙ୍ଗା: ଦୀର୍ଘଦିନର ଦାବୀ ପରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକବାସୀଙ୍କ ପିଇବା ପାଣି ସମସ୍ୟା ଦୂର ହେବାର ଆଶା ସଂଚାର ହୋଇଛି। ହରଭଙ୍ଗା ବ୍ଲକରେ ବୃହତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୭୩୦ କୋଟି ଟଙ୍କା ମଞୁର ହୋଇଛି। ସେଥିରୁ ୨୭୦ କୋଟି ଟଙ୍କା ହରଭଙ୍ଗା ବ୍ଲକ ପାଇଁ ବ୍ୟୟବରାଦ ହେବ। ଆଉ ବାକି ୪୬୦ କୋଟି ଟଙ୍କା କନ୍ଧମାଳ ଜିଲ୍ଲାର ୪ଟି ବ୍ଲକ ପାଇଁ ବ୍ୟୟବରାଦ କରାଯିବା ପାଇଁ ସ୍ଥିର ହୋଇଛି। ଏହାର ଟେଣ୍ଡର ପ୍ରକିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଫଳରେ ଆସନ୍ତା ସେପ୍ଟମ୍ବର କିମ୍ବା ଅକ୍ଟୋବର ମାସରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବୌଦ୍ଧ ଜଳ ଓ ପରିମଳ କାର୍ଯ୍ୟନିର୍ବାହୀଯନ୍ତ୍ରୀ ଭଞକିଶୋର ମନୋହରୀ ସୂଚନା ଦେଇଛନ୍ତି। ମହାନଦୀର ପାଣିଘରାଠାରେ ଏହି ପ୍ରକଳ୍ପ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୈନିକ ଗୋଟିଏ ପରିବାରକୁ ୭୦ଲିଟର ପିଈବା ପାଣି ମିଳିବ। ଏଥିପାଇଁ ଦୁଇରୁ ତିନୋଟି ବଡ ବଡ ଓଭରହ୍ୟାଡ ଟ୍ୟାଙ୍କ ସହିତ ଟ୍ରିଟମେଂଟ ପ୍ଲାଂଟ ମଧ୍ୟ ନିର୍ମାଣ କରାଯିବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହରଭଙ୍ଗା ବ୍ଲକର ୨୨ପଂଚାୟତର ୩୬୨ଟି ରାଜସ୍ୱ ଗାଁ ଲୋକ ଉପକୃତ ହେବେ। ଏହା ସହିତ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା ଏବଂ ଚକାପାଦ ଭଳି ୪ଟି ବ୍ଲକର ହଜାର ହଜାର ଜନସାଧାରଣଙ୍କୁ ମହାନଦୀର ମଧୁର ଜଳ ପିଈବା ପାଇଁ ସୁବିଧା ମିଳିପାରିବା ।

ସୂଚନା ଥାଉକି, ମହାନଦୀକୂଳରେ ଅବସ୍ଥିତ ହରଭଙ୍ଗା ବ୍ଲକରେ ବର୍ଷତମାମ ପିଇବା ପାଣି ସମସ୍ୟା ଦେଖା ଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ଗତ ଅଗଷ୍ଟ ୨୦୧୯ରେ ଏକ ବୃହତ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀର୍ଘ ତିନିମାସ ଧରି କଲିକତାର ମାରର୍ସ ନାମକ ଏକ ସଂସ୍ଥା ଦ୍ୱାରା ସବିଶେଷ ପ୍ରକଳ୍ପ ରିପୋର୍ଟ ପାଇଁ ପ୍ରାଥମିକ ସର୍ଭେ କାର୍ଯ୍ୟ କରାଯାଇଥିଲା । ଏଥିପାଇଁ ଦୁଇଟି ଟିମରେ ଉକ୍ତ ସଂସ୍ଥାର ୬ଜଣିଆ ସର୍ଭେ କର୍ମଚାରୀ ନିୟୋଜିତ ହୋଇଥିଲେ । ମାତ୍ର ସର୍ଭେ କାର୍ଯ୍ୟର ଦେଢବର୍ଷ ପରେ ବି ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡରରେ ବିଳମ୍ବ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ମାତ୍ର ଏହାର ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକିୟା ଚୂଡାନ୍ତରେ ପହଞ୍ଚିବା ପରେ ବ୍ଲକବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ସୂଚନା ଥାଉକି ବୃହତ ପାଈପ ଜଳ ଯୋଗାଣ ପ୍ରକଳ୍ପ ସମ୍ପର୍କରେ ସମାଜରେ ଲଗାତାର ଖବର ପ୍ରକାଶ ପାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories