ନବରଙ୍ଗପୁର: ପୌରପାଳିକା ନବରଙ୍ଗପୁର ଆନୁକୁଲ୍ୟରେ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ଵାରା ନିଜ ନିଜ ବ୍ୟବସାୟୀକ ପ୍ରତିଷ୍ଠାନ ଆଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ନବରଙ୍ଗପୁର ସହର ମଧ୍ୟରେ ଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଗଛ ଲଗାଇବା କାର୍ଯ୍ୟକ୍ରମ ନବରଙ୍ଗପୁର ପୌରପାଳିକା ତରଫରୁ ହାତକୁ ନିଆଯାଇଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱଚ୍ଛ ସାଥୀ, କର୍ମୀ ଓ ସୂପରଭାଇଜର, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ନବରଙ୍ଗପୁର ବନବିଭାଗ ତରଫରୁ ବୃକ୍ଷ ଚାରା ପ୍ରଦାନ କରାଯାଇଥିବା ବେଳେ ସାରା ସହରରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ପୌର ନିର୍ବାହୀ ଅଧିକାରୀ ଗୌରାଙ୍ଗ ଚନ୍ଦ୍ର ପଟନାୟକ ସୂଚନା ଦେଇଛନ୍ତି।
Popular Categories



