www.samajalive.in
Wednesday, December 10, 2025
18.1 C
Bhubaneswar

ଆଇବିଡିପି ପରୀକ୍ଷାରେ କିଟ୍‌ ସ୍କୁଲର ସଫଳତା

ଭୁବନେଶ୍ୱର : ଇଣ୍ଟରନ୍ୟାସ୍‌ନାଲ୍‌ ବାକାଲରେଟ୍‌ ଡିପ୍ଲୋମା ପ୍ରୋଗ୍ରାମ୍‌ (ଆଇବିଡିପି) ପରୀକ୍ଷାରେ କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ମଙ୍ଗଳବାର ପ୍ରକାଶିତ ପରୀକ୍ଷା ଫଳ ଅନୁସାରେ ବିଦ୍ୟାଳୟର ୨୫ ପ୍ରତିଶତ ଛାତ୍ରଛାତ୍ରୀ ୪୦ରୁ ଅଧିକ ପଏଣ୍ଟରୁ ହାସଲ କରିଥିବା ବେଳେ ହାରାହାରି ସଫଳତା ୩୬ ପଏଣ୍ଟ ରହିଛି। ସାତ୍ତ୍ୱିକ ପାଣିଗ୍ରାହୀ ମୋଟ ୪୫ରୁ ସର୍ବାଧିକ ୪୩ ପଏଣ୍ଟ ସହ ସମସ୍ତ ୬ଟି ବିଷୟରେ ସର୍ବାଧିକ ୭ ପଏଣ୍ଟ ହାସଲ କରି ବିଦ୍ୟାଳୟରେ ଶୀର୍ଷରେ ରହିଥିବା ବେଳେ ଭାଲେଡିକ୍ଟୋରିଆନ୍‌ େହାଇ ଆମେରିକାର ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। େସହିପରି ସମୀକ୍ଷା ସାମନ୍ତରାୟ ୪୨ ପଏଣ୍ଟ ହାସଲ କରି ସାଲ୍ୟୁଟାଟୋରିଆନ୍‌ ହେବା ସହ ସିଙ୍ଗାପୁରସ୍ଥିତ ନନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

 

- Advertisement -

ଭାସ୍ୱତୀ ବାସୁମାତାରି ୪୧ ପଏଣ୍ଟ ସହ ଇଂଲଣ୍ଡର କେମ୍ବ୍ରିଜ୍‌ ଅଧୀନସ୍ଥ ଟ୍ରିନିଟି କଲେଜ ଓ ଜୟଦୀପ ଦାଶ ୪୦ ପଏଣ୍ଟ ସହ ଲଣ୍ଡନର ଇମ୍ପେରିଆଲ୍‌ କଲେଜରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟାଂଶ ବଳ ଓ ସ୍ୱାଧୀନ ରାଉତ, ବି. ଅଙ୍କିତ ପାତ୍ର ଓ ଅଙ୍କିତା ନାୟକ ସଫଳତା ହାସଲ କରି ବିଦେଶ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି। ସୂଚନାଯୋଗ୍ୟ ଓଡ଼ିଶାର ଏକମାତ୍ର ସ୍କୁଲ୍‌ ଭାବେ କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଆଇବିଡିପି ପାଠ୍ୟକ୍ରମ ପ୍ରଦାନ କରିଆସୁଛି। ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ସେ ଏଥିପାଇଁ ସ୍କୁଲ୍‌ର ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଓ ନନ୍ଦିତା ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories