www.samajalive.in
Sunday, December 14, 2025
23.1 C
Bhubaneswar

କଳାକାର ସମୀର ନାଗଙ୍କୁ ଶ୍ରଦ୍ଧାଞ୍ଜଳି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଜଣେ ସୁପରିଚିତ କଳାକାର ତଥା ତ୍ରିଶକ୍ତି ସାଂସ୍କୃତିକ ସଂଘର ସଭାପତି ସମୀର ନାଗଙ୍କ ଦୁଃଖଦ ବିୟୋଗ ଘଟିଛି । ଅସୁସ୍ଥତା କାରଣରୁ ସେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । ସ୍ବର୍ଗତ ନାଗ ନିଜ କଳାକାର ଜୀବନ ତ୍ରିଶକ୍ତି ଅନୁଷ୍ଠାନରୁ ଆରମ୍ଭ କରିଥିଲେ । ମନୋଜ କୁମାର ପଟ୍ଟନାୟକ ନିର୍ଦେଶିତ ଅଲବମ ‘ଆଇ ଲୋଭ ୟୁ’ରେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ତାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଅନେକ ଆଲବମ, କୋରାପୁଟିଆ ଫିଲ୍ମ ସୁଟ ବୁଟ, ତୋର ଦିୱାନା, ଓଡ଼ିଆ ଫିଲ୍ମ ପ୍ରତିବନ୍ଧକ, ଅଲାଚକ୍ର, ଭିଟାମାଟି ଏବଂ ବିଭିନ୍ନ ମଞ୍ଚ ନାଟକ, ସଚେତନ ମୂଳକ ପଥପ୍ରାନ୍ତ ନାଟକ ଇତ୍ୟାଦିରେ ଅଭିନୟକରି କଳା ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

ତାଙ୍କର ସ୍ମୃତିରେ ସ୍ଥାନୀୟ ସାଇକେର ସମ୍ମିଳନୀ କକ୍ଷରେ ତ୍ରିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ସହରର ଅନେକ କଳାକାର ସ୍ବର୍ଗତ ନାଗର ସ୍ମୃତି ଚାରଣ କରିଥିଲେ । ଅତିଥି ଭାବରେ ବରିଷ୍ଠ ଫିଲ୍ମ ନିର୍ଦେଶକ ସୁରେଶ ମହାନ୍ତି ଯୋଗଦେଇ ସମୀରଙ୍କ ବିୟୋଗରେ କଳାକାର ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି କହିଛନ୍ତି ।

- Advertisement -

ସେହିପରି ବରିଷ୍ଠ ନାଟ୍ୟ ନିର୍ଦେଶକ ପ୍ରକାଶ ସାମନ୍ତରାୟ ଯୋଗ ଦେଇ ସ୍ବର୍ଗତ ସମୀର ଏକ ମେଳାପୀ ଓ ପରୋପକାରୀ ଥିଲେ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ଟିକି ସୁନା, ବରିଷ୍ଠ କଳାକାର ଦିଲୀପ ହିଆଲ, ସାଇ କେର ଅନୁଷ୍ଠାନର ମୁଖ୍ୟ ଦୁର୍ଗା ପାଢ଼ୀ, କଳାକାର ଜି,ବି,ଭି,ରବି,ବରିଷ୍ଠ ବଂଶୀ ବାଦକ ମୁରଲୀ ପଟ୍ଟନାୟକ, ସମେତ ତ୍ରିଶକ୍ତି ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତୁଷାରକାନ୍ତି ଖସଲା, କଳାକାର ଶଙ୍କର ନାୟକ ଏବଂ ଏଡିଟର ଚନ୍ଦନ ବାହାଦୂର ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories