www.samajalive.in
Sunday, December 14, 2025
26.1 C
Bhubaneswar

ବିଦେଶୀ ମଦ ଦୋକାନ ଭାଙ୍ଗିଲେ ଉତ୍ତ୍ୟକ୍ତ ମହିଳା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ମହିଳା ମାନେ ମଦ ବିରୋଧୀ ଅଭିଯାନକୁ ଜୋରଦାର କରିଛନ୍ତି । ଫିରିଙ୍ଗିଆ ମଦ ଦୋକାନକୁ ଯାଇ ଭଙ୍ଗାରୁଜା କରିଛନ୍ତି । ମଦ ଦୋକାନ ବନ୍ଦ କରିବାକୁ ନେଇ ଦୀର୍ଘ ଦିନରୁ ମହିଳା ମାନେ ଅଭିଯୋଗ କରି ଆସୁଥିଲେ । ହେଲେ  ପ୍ରଶାସନ କୌଣସି କଥା ଶୁଣି ନଥିବା ବେଳେ ଅଞ୍ଚଳର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଅଞ୍ଚଳରେ ବାରମ୍ବାର ମଦ୍ୟ ପାନ କରି ଦୁର୍ଘଟଣା ସହ ବଜାର ପାଖରେ ଥିବାରୁ ମଦ୍ୟପ ମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବା ନେଇ ବାରମ୍ବାର ଅଭିଯୋଗ କରିଆସୁଥିଲେ ।

ଖାଲି ସେତିକିନୁହେଁ ଏହି କାରଣରୁ ମହିଳାମାନେ ସୁରକ୍ଷିତ ନୁହଁନ୍ତି ବୋଲି ଅଭିଯୋଗ ମଧ୍ୟ ହୋଇଥିଲା । ବାରମ୍ବାର ଏପରି ଅଭିଯୋଗ ପରେ ମଧ୍ୟ ପ୍ରଶାସନ କୌଣସି ଗୁରୁତ୍ବ ଦେଇନଥିବା ବେଳେ ଗତ ୧୦/୦୬/୨୦୨୨ ତାରିଖରେ ବଜାର ନିକଟ ଫିରିଙ୍ଗିଆ ବନ୍ଧ ସାହିରେ ଥିବା ମଦ ଦୋକାନକୁ ଉତ୍ତ୍ୟକ୍ତ ମହିଳା ମାନେ ତାଲା ପକାଇଥିଲେ । ମଦ ଦୋକାନ ମାଲିକ ଆସିବା ପରେ ଉତ୍ତ୍ୟକ୍ତ ମହିଳା ମାନେ ମଦ ଦୋକାନକୁ ହାତେଇବାକୁ ଜିଦ୍ ଧରିଥିଲେ କିନ୍ତୁ କୌଣସି ସମାଧାନର ରାସ୍ତା ବାହାରି ନଥିଲା । ୩ ଦିନ ବିତିବା ପରେ କୌଣସି ସମାଧାନର ରାସ୍ତା ବହାରିପରିନଥିବା ବେଳେ ମଦ ଦୋକାନ ବନ୍ଦ ରହିଥିଲା l

- Advertisement -

ଏହାପରେ ଦୋକାନ ମଲିକ ଆସି ୩ମାସ ମଧ୍ୟରେ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ୟକ୍ତ ମହିଳା ମାନେ ମଦ ଦୋକାନରେ ତାଲା ଖୋଲିଥିଲେ l ତେବେ ଦୀର୍ଘ ୩ମାସ ବିତିଯାଇଥିଲେ ମଧ୍ୟ ମଦ ଦୋକାନ ସ୍ଥାନାନ୍ତର କିମ୍ୱା ବନ୍ଦ୍ ନ ହେବାରୁ ଶୁକ୍ରବାର ଫିରିଙ୍ଗିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧିକ ଉତ୍ତ୍ୟକ୍ତ ମହିଳା ମାନେ ଫିରିଙ୍ଗିଆ ପିତବଳି ମନ୍ଦିରରେ ପହଞ୍ଚି ପ୍ରଥମେ ଫିରିଙ୍ଗିଆ ବଜାର ବ୍ଲକ ଥାନା ଅଂଚଳରେ ପ୍ଲା କାର୍ଡ ଧରି ବିଭିନ୍ନ ନାରା ଦେଇ ଫିରିଙ୍ଗିଆ ବିଡିଓ ଓ ଫିରିଙ୍ଗିଆ ଥାନାକୁ ଯାଇ ଦେଖା କରିବା ସହ ମଦ ଦୋକାନରେ ପହଞ୍ଚି ଭଙ୍ଗାରୁଜା କରିଥିଲେ । ବାହାରେ ମଦ ବୋତଲ ଫିଙ୍ଗି ଦେଇଥିଲେ ।

ଅନ୍ୟ ପଟେ ଫିରିଙ୍ଗିଆ  ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ଓ ଟିମ୍ ସେଠାରେ ପହଞ୍ଚି ବୁଝା ସୁଝା କରିଥିଲେ ମଧ୍ୟ ଉତ୍ତ୍ୟକ୍ତ ମହିଳା ମାନେ କିଛି ବୁଝି ନଥିଲେ । ଦୋକାନରେ ତାଲା ପକାଇବା ସହ ଦୋକାନୀକୁ ନଖୋଲିବାକୁ ତାଗିଦ୍ କରିଥିଲେ l ପୁଣି ମଦ ଦୋକାନ ଖୋଲିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ନାରା ବାଜି କରିଥିଲେ ଅନ୍ୟ ପଟେ ଫିରିଙ୍ଗିଆ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓଙ୍କୁ ପଚାରି କୌଣସି ସମାଧାନ ହୋଇପାରିନାହିଁ ମଦ ଦୋକାନ ତାଲା ପଡ଼ିଥିବା କହିଛନ୍ତି l

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories