www.samajalive.in
Sunday, December 14, 2025
17.1 C
Bhubaneswar

ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ସଚେତନତା ଶିବିର

ନବରଙ୍ଗପୁର: ଦିନକୁ ଦିନ ଗ୍ରାମାଞ୍ଚଳ ରୁ ସହର ପର୍ଯ୍ୟନ୍ତ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ନେଇ ବିଭିନ୍ନ ପ୍ରକାର ସଚେତନ ମଧ୍ୟ କରୁଛନ୍ତି। ସେହିପରି ଶୁକ୍ରବାର ନବରଙ୍ଗପୁର ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ପକ୍ଷରୁ ଭରଚୁଆଲ ମାଧ୍ୟମରେ ଏକ କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅଧ୍ୟକ୍ଷ ଡଃ ରଞ୍ଜନ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ଜୟପୁର ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଧେଶକ ତ୍ରିନାଥ ପ୍ରସାଦ ରଥ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରୋଗ୍ରାମ ଅଫିସର ଏବଂ ସ୍ବେଚ୍ଛାସେବୀଙ୍କ ଭୂମିକା ବିଷୟରେ ବୁଝାଇଥିଲେ।

ସେହିଭଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଧ୍ରୁବଚରଣ ପଣ୍ଡା ଯୋଗ ଦେଇ କରୋନା ମହାମାରୀରୁ ନିଜକୁ ଏବଂ ନିଜ ପରିବାରକୁ କିଭଳି ସୁରକ୍ଷିତ ଭାବେ ରଖିପାରିବ ସେହି ବିଷୟରେ ନିଜ ମତ ରଖିଥିଲେ। ଏହି ସଚେତନ ଶିବିରରେ ଭୁବନେଶ୍ୱର ଓୟୁଏଟିର ସହକାରୀ ସଂଯୋଜକ ନିରଦ ଚରଣ ଖୁଣ୍ଟିଆ, ଦିଲ୍ଲୀପ ହୋତା, ଜିଲ୍ଲା ରେଡ଼କ୍ରସ କନଭେନର ଡଃ ଭାସ୍କର ନାଥ ବିଶ୍ୱାଳ, ଡଃ ଲକ୍ଷ୍ମୀ ବେହେରା, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷା, ସ୍ବେଚ୍ଛାସେବୀ, ଅଧ୍ୟାପକ ଏବଂ ଅଧ୍ୟାପିକା ଓ ବହୁ ଛାତ୍ର ଯୋଗ ଦେଇଥିଲେ। ଆଜିର ଏହି ସଚେତନ ଶିବିରରେ ମହାବିଦ୍ୟାଳୟର ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିବିର ଶେଷରେ ମହାବିଦ୍ୟାଳୟର ଏନଏସଏସ ଅଫିସର ରାଜୀବ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories