www.samajalive.in
Tuesday, December 9, 2025
26.1 C
Bhubaneswar

ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚାର ଅଭିଯୋଗ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କୁ ଅସହଯୋଗ କରୁଛି ଜିଲା ପ୍ରଶାସନ

ନବରଙ୍ଗପୁର: ଓଡିଶା ଆଦିବାସୀ ବହୁଳ ରାଜ୍ୟ ହୋଇଥିବାବେଳେ ରାଜ୍ୟର ଆଦିବସୀମାନଙ୍କର ସାମୁହିକ ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସମୁଦାୟର ବିକାଶକୁ ତ୍ୱରାନ୍ୱୀତ କରିବା ପାଇଁଁ ଓଡିଶାର ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାଇତ୍ୱ ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀ ଭାବେ ଶ୍ରୀଟୁଡୁ ଯେତେବେଳେ ବିଭିନ୍ନ ଜିଲା ଗସ୍ତ କରି ସମୀକ୍ଷା ବୈଠକ କରୁଛନ୍ତି, ସେତେବେଳେ ରାଜ୍ୟ ସରକାରଙ୍କର ସମସ୍ତ ସହଯୋଗର ଆବଶ୍ୟକତା ରହିଛି। କିନ୍ତୁ କେନ୍ଦ୍ରମନ୍ତ୍ରୀ ଶ୍ରୀଟୁଡୁଙ୍କର ଗସ୍ତ ସମୟରେ ପ୍ରୋଟକଲ ଅନୁସାରେ ସହଯୋଗ ଓ ସମ୍ମାନ ଦେବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି ରାଜ୍ୟ ସରକାର।

ଜିଲାର ସମୀକ୍ଷା ବୈଠକରେ ଜିଲାପାଳ ଉପସ୍ଥିତ ନରହି ଅନ୍ୟ କନିଷ୍ଠ ଅଧିକାରୀମାନଙ୍କୁ ଦାଇତ୍ୱ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଜିଲାପାଳ ଓ ଜିଲା ପ୍ରଶାସକର ଏତାଦୃଶ୍ୟ ଅବହେଳା ପ୍ରଦର୍ଶନ କରିବା ପ୍ରଶାସନର ସାହାସ ନୁହଁ, ବଂର ଏଥିରେ ରାଜ୍ୟ ବିଜେଡି ସରକାର ଓ ଶାସକ ଦଳର ପ୍ରଛନ୍ନ ହାତ ରହିଛି ବୋଲି ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଗୁରୁତର ଅଭିଯୋଗ କରିଛନ୍ତି। ଉମରକୋଟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ରାଜ୍ୟର ଆଦିବାସୀ ବହୁଳ ଜିଲାମାନଙ୍କର ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ବିକାଶ କାର୍ଯ୍ୟ ପରିବର୍ତ୍ତେ ପ୍ରଶାସନ ଓ ଶାସକ ଦଳର ନେତାଏବଂ ଠିକାଦାର ମାଧ୍ୟମରେ ହରିଲୁଟ କରାଯାଉଛି। ପ୍ରଶାସନିକ ଅଧିକାରୀମାନେ ନିଜର ସାମ୍ବିଧାନିକ ଦାୟୀତ୍ୱ ଭୁଲି ଲୋକଙ୍କର ସେବା କାର୍ଯ୍ୟ ପରିବର୍ତ୍ତେ ଶାସକ ଦଳର ହାତ ବାରିସୀ ସାଜିଛନ୍ତି।

- Advertisement -

ନିରପେକ୍ଷତା ପରିବର୍ତ୍ତେ ପକ୍ଷପାତିତା କରୁଛନ୍ତି। ଆଦିବାସୀଙ୍କର ବିକାଶ ପାଇଁ ଉଦ୍ଦିଷ୍ଠ ଅର୍ଥକୁ ହରିଲୁଟ କରି ଆଦିବାସୀଙ୍କର ପ୍ରତି ଅନ୍ୟାୟ କରୁଛନ୍ତି ରାଜ୍ୟ ସରକାର। ଜିଲା ପ୍ରଶାସନର ସମସ୍ତ ଅନ୍ୟାୟ,ଦୁର୍ନୀତି ଓ ପ୍ର୍ରିୟାପ୍ରତି ପୋଷଣକୁ ସମର୍ଥନ କରୁଛନ୍ତି ରାଜ୍ୟ ସରକାର। ଦଳୀୟ ସ୍ୱାର୍ଥ ପାଇଁ ଅସହିଷ୍ଣୁ ହୋଇ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀଟୁଡୁଙ୍କୁ ଅସଯୋଗ ଓ ଅସମ୍ମାନ କରିବାକୁ ପରୋକ୍ଷରେ ନିର୍ଦ୍ଦେଶ ଦେଉଛନ୍ତି ରାଜ୍ୟ ସରକାର। କେନ୍ଦ୍ର ମନ୍ତ୍ରୀଙ୍କର ସମୀକ୍ଷା ବୈଠକରେ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଉତ୍ତର ରଖି ପାରୁନାହାନ୍ତି ପ୍ରଶାସନିକ ଅଧିକାରୀ। ଏହି ବିଷୟକୁ ନେଇ ମନ୍ତ୍ରୀ ଶ୍ରୀଟୁଡୁ ତାଗିଦ କରିବାରୁ ଏହାକୁ ଅଲଗା ଅର୍ଥରେ ନେଉଛନ୍ତି। ଏହି ମିଥ୍ୟା ଓ ମନଗଢା ବିଷୟକୁ ନେଇ ଶାସକ ଦଳ ମିଥ୍ୟା ପ୍ରଚାର କରୁଛି ବୋଲି ଅଭିଯୋଗ କରିବା ସହ ଶାସକ ଦଳର ଏତାଦୃଶ ନୀତିକୁ ବିଜେପି ଦୃଢ ନିନ୍ଦା କରୁଛି ବୋଲି ଶ୍ରୀଗଣ୍ଡ କହିଛନ୍ତି।

ରାଜ୍ୟ ସରକାର ଆଦିବାସୀ ସମୁଦାୟଙ୍କର ବିରୋଧୀ ନହୋଇ କେନ୍ଦ୍ର ସରକାର ଦେଉଥିବା ବିପୁଳ ଅର୍ଥକୁ ଆଦିବାସୀ ବିକାଶ ପାଇଁ ସଠିକ କାର୍ଯ୍ୟ କରନ୍ତୁ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ସହଯୋଗ କରନ୍ତୁ ଓ ମିଥ୍ୟା ଅପପ୍ରଚାରରୁ ନିବୃତ ରୁହନ୍ତୁ। ଆଦିବାସୀ ସମୁଦାୟଙ୍କର ବିକାଶ ପାଇଁ ମୋଦୀ ସରକାର ସଂକଳ୍ପ ବଦ୍ଧ। ଆଦିବାସୀଙ୍କର ବିକାଶ ପାଇଁ ଟଙ୍କାର ଅଭାବ ରହିବ ନାହିଁ। ଯାହା ଆବଶ୍ୟକ କେନ୍ଦ୍ର ସରକାର ଖୋଲା ହାତରେ ସବୁ ପୂରଣ କରିବାକୁ ପ୍ରସ୍ତୁତ। କେବଳ ରାଜ୍ୟ ସରକାରଙ୍କର ସହଯୋଗ ଆବଶ୍ୟକ। ଶାସକ ଦଳ ଏହି ଅପପ୍ରଚାରରୁ ନିବୃତ ରହୁନ୍ତୁ ଓ କେନ୍ଦ୍ରରୁ ଯେଉଁ ଟଙ୍କା ଆସୁଛି ଠିକ୍‍ ଭାବରେ ବିନିଯୋଗ କରାଯାଉ। ଏହା ଦ୍ୱାରା ଆଦିବାସୀମାନଙ୍କର ବିକାଶ ସୁନିଶ୍ଚିତ ହେବ ବୋଲି ଶ୍ରୀଗଣ୍ଡ କହିଛନ୍ତି। ଆଦିବାସୀ ସମୁଦାୟର ବିକାଶ ପାଇଁ କେନ୍ଦ୍ରର ମୋଦି ସରକାର ସଂକଳ୍ପ ବଦ୍ଧ ବୋଲି ସେ କହିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ଆଦିବାସୀ ମୋର୍ଚ୍ଚା ନବରଙ୍ଗପୁର ଜିଲା ସଭାପତି ଶ୍ୟାମସୁନ୍ଦର ମାଝୀ ଓ ଭଜମନ ମାଝୀ ପ୍ରମୂଖ ଉପସ୍ଥିତ ଥିଲେ।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories