www.samajalive.in
Friday, December 12, 2025
14.1 C
Bhubaneswar

ଭାରତୀୟ କିଷାନ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଭାରତୀୟ କିଷାନ ସଂଘ ନବରଙ୍ଗପୁର ଜିଲା ପକ୍ଷରୁ ୪ଦଫା ଦାବି ପୂରଣ ନେଇ ପ୍ରଧାନମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କର ଦ୍ୱାରା ବହୁ ଯୋଜନା କାର୍ଯ୍ୟକାରୀ କରାଯାଇଛି। କିନ୍ତୁ କୃଷକମାନଙ୍କ ମଧ୍ୟରେ ଅଶାନ୍ତି ବଢିଚାଲିଛି କାରଣ ଚାଷୀକୁ ଉତ୍ପାଦନ କରିଥିବା ଫସଲର ଲାଭକାରୀ ମୂଲ୍ୟ ମିଳୁନାହିଁ। ସର୍ବନିମ୍ନ ସମର୍ଥନ ମୂଲ୍ୟକୁ ଚାଷୀ ସ୍ୱୀକାର କରିଥିଲେ ହେଁ ବଜାର ମୂଲ୍ୟ ଏହା ଠାରୁ କମ୍‍ ହେଉଛି। ଏଥିରେ ଚାଷୀ କିଭଳି ଲାଭ ପାଇବ। କୃଷି ଉତ୍ପାଦ ମୂଲ୍ୟ ନିୟନ୍ତ୍ରଣରେ ରହିଛି। ଏହାର ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ବିକଶିତ ହୋଇ ନାହିଁ। କୃଷକ ଏବେ ଋଣ ଗ୍ରସ୍ତ ହୋଇଥିବାବେଳେ ଆବଶ୍ୟକ ବଜାର ଦର ମିଳୁନାହିଁ। ସମସ୍ତ କୃଷି ବୈଞାନିକ ଓ ସଂସ୍ଥା ଉତ୍ପାଦନ ବୃଦ୍ଧି କରିବାକୁ ଲାଗି ରହିଛନ୍ତି। ତେବେ ଚାଷୀର ଆୟ ବୃଦ୍ଧି କରିବା ପାଇଁ ପ୍ରାଥମିକତା କାର୍ଯ୍ୟ ହେବା ଆବଶ୍ୟକ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି।

କେନ୍ଦ୍ର ସରକାର କୃଷି ଉତ୍ପାଦର ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ କରି ତାକୁ କିଣିବା ବ୍ୟବସ୍ଥା କରାନ୍ତୁ। ଏଥିପାଇଁ ଆବଶ୍ୟକ କୋଠର ଆଇନ ତିଆରି କରିବାକୁ ଦର୍ଶାଯାଇଛ। ଆସନ୍ତା ୧୦ଦିନ ସୁଦ୍ଧା କେନ୍ଦ୍ର ସରକାରଙ୍କର ଦ୍ୱାରା କୈାଣସି ପଦକ୍ଷେପ ନିଆନଗଲେ ଭାରତୀୟକିଷାନ ସଂଘ ସମଗ୍ର ଦେଶରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଦର୍ଶାଯାଇଛି। ଏହି ଦାବି ପତ୍ର ପ୍ରଦାନ ବେଳେ ସଂଘର ଜିଲା ସଭାପତି ଗୋପାଳ ପୂଜାରୀଙ୍କର ସମେତ ସମ୍ପାଦକ ସରାଦୁ ଭତରା, ପରମେଶ୍ୱର ଭତରା, ଇଶ୍ୱର ଭତରା ପ୍ରମୂଖ ଚାଷୀ ମାନେ ଉପସ୍ଥିତ ଥିଲେ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories