www.samajalive.in
Friday, December 12, 2025
14.1 C
Bhubaneswar

ଜିଲ୍ଲା ଶିକ୍ଷାଧିକାରଙ୍କ ଦ୍ୱାରା ହାଇସ୍କୁଲ ପରିଚାଳନା ସଂପର୍କୀତ ସମୀକ୍ଷା ବୈଠକ

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠ ପ୍ରେକ୍ଷାଗୃହରେ ଉପଖଣ୍ଡର ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକର ଶିକ୍ଷାଦାନ, ଭିତ୍ତିଭୂମି ବିକାଶ ସହିତ ଅନ୍ୟାନ୍ୟ ପରିଚାଳନା ସଂପର୍କୀତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଶି କ୍ଷାବ୍ୟବସ୍ଥାରେ ସଂସ୍କାରମୂଳକ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଅଭିମୁଖୀ କରାଇବା ଲାଗି ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଏହି ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାୟକ ନୂତନ ପରୀକ୍ଷା ଢାଞ୍ଚା, ୟୁଟ୍ୟୁବ୍‍ ମାଧ୍ୟମରେ ଶିକ୍ଷାଦାନ ବିଭିନ୍ନ ପ୍ରକାର ବୃତ୍ତି, ବିଦ୍ୟାର୍ଥୀଙ୍କୁ ସାଇକେଲ ପ୍ରଦାନ, ମଧ୍ୟାନ୍ନ ଭୋଜନ, ୫-ଟି ବିଭାଗ ଦ୍ୱାରା ଚାଲିଥିବା ବିଦ୍ୟାଳୟ ରୂପାନ୍ତରିକରଣ, ସ୍କୁଲ ପରିସରରେ ଚାରାରୋପଣ ସହିତ ଶିକ୍ଷକମାନଙ୍କର ଚାକିରୀ ଓ ଦରମା ସଂପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସନ୍ତୋଷ କୁମାର ରାଉତ, ସୋନାମିକା ରାୟ ଓ ଦିପ୍ତୀମୟୀ ପ୍ରିୟଦର୍ଶିନୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ ନନ୍ଦ, ଜିଲ୍ଲା ସ୍କାଉଟ ଓ ଗାଇଡର ଯୁଗ୍ମ ସଂପାଦକ ଭବାନୀ ପ୍ରସାଦ ମିଶ୍ର ଏବଂ ଆଠଗଡ ବ୍ଲକ ଶିକ୍ଷାଧିକାରୀ ବିଜୟ କୁମାର ସାମଲ ପ୍ରମୁଖ ଏଥିରେ ଯୋଗଦେଇ ପ୍ରଧାନଶିକ୍ଷକମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ।

ଏହି ବୈଠକରେ ଆଠଗଡ ଉପଖଣ୍ଡ ଅନ୍ତର୍ଗତ ୪ଟିଯାକ ବ୍ଲକ ଯଥା ଆଠଗଡ, ତିଗିରିଆ, ବଡମ୍ବା ଓ ନରସିଂହପୁରରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ୧୩୨ଜଣ ପ୍ରଧାନଶିକ୍ଷକ ଯୋଗଦେଇ ସେମାନଙ୍କ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ କରୋନା କାଳରେ କିପରି ଅନଲାଇନ ପାଠପଢା ହେଉଛି ସେ ସଂପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସ୍କାଉଟ ଓ ଗାଇଡର ଯୁଗ୍ମ ସଂଯୋଜକ ତଥା ରାଜ୍ୟ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର ହାଇସ୍କୁଲ ଗୁଡିକରେ ସ୍କାଉଟ ଓ ଗାଇଡ ସଂସ୍ଥାକୁ କ୍ରିୟାଶୀଳ କରିବା ଏବଂ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱନାଥ ବିଦ୍ୟାପୀଠ ପ୍ରଧାନଶିକ୍ଷକ ରୁଦ୍ରନାରାୟଣ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସନ୍ତୋଷ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଏଡିଏସ ବିଦ୍ୟାପୀଠର ପ୍ରଧାନଶିକ୍ଷୟିତ୍ରୀ କୁମୁଦିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories