www.samajalive.in
Friday, December 12, 2025
23.1 C
Bhubaneswar

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଙ୍ଗ ଲ୍ୟାବ୍‍ ଉଦ୍ଦ୍‍ଘାଟିତ

ବାଙ୍କୀ: ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପିଲା ମାନଙ୍କ ମଧ୍ୟରେ ବୈାଦ୍ଧିକ ଜ୍ଞାନର ପରିପ୍ରକାଶ ଓ ବିଜ୍ଞାନ ଭିତ୍ତିକ ଗବେଷଣା ପାଇଁ ପ୍ରୟୋଗଶାଳା ସ୍ୱରୂପ ଅଟଳ ଟିଙ୍କରିଙ୍ଗ ବିଜ୍ଞାନ ପ୍ରୟୋଗଶାଳା ବୁଧବାର ଦିନ ବିଦ୍ୟାମନ୍ଦିର ପରିସରରେ ଉଦ୍ଦ୍‍ଘାଟିତ ହୋଇଯାଇଛି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ଲ୍ୟାବ୍‍ ର ଶୁଭ ଉଦ୍ଦ୍‍ଘାଟନ କରିଛନ୍ତି। ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ରଂଜନ କୁମାର ସାମନ୍ତରାୟଙ୍କ ସଭାପତିତ୍ୱରେ ସଂଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଶିକ୍ଷାବିକାଶ ସମିତିର ସଭାପତି ଡଃ କିଶୋର ଚନ୍ଦ୍ର ମହାନ୍ତି,ସମ୍ମାନିତ ଅତିଥି ଭାବରେ ବାଙ୍କୀ ତହସିଲଦାର ସତ୍ୟରଂଜନ ପଣ୍ଡା,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପଟ୍ଟନାୟକ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ଶିବବ୍ରତ ରଥ ପ୍ରମୁଖ ଯୋଗଦେଇଥିଲେ।

ପିଲାମାନେ ଏହି ଲ୍ୟାବ୍‍ରେ ନିଜେ ଗବେଷଣା ଲବ୍ଧ ବିଭିନ୍ନ ପ୍ରକଳ୍ପକୁ ପ୍ରସ୍ତୁତ କରିବା ସହିତ ବିଜ୍ଞାନର ଉପକାରିତା ଓ ଗବେଷଣାତ୍ମକ ସଫଳତାରେ ବିଦ୍ୟାର୍ଥୀ ମାନେ ଏହି ପ୍ରୟୋଗଶାଳାରେ ସଫଳ ସୋପାନକୁ ଯିବାର ସୁଯୋଗ ପାଇବେ ବୋଲି ମୁଖ୍ୟଅତିଥି ଓ ବକ୍ତା ମାନେ କହିଥିଲେ। ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ନରେଶ କୁମାର ମନ୍ତ୍ରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଆଚାର୍ଯ୍ୟ ପ୍ରସନ୍ନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିରର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରୟୋଗଶାଳାର କାର୍ଯ୍ୟକ୍ଷମତାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆଗ୍ରହର ସହିତ ଦୃଷ୍ଟିଦେଇ ବିଦ୍ୟାର୍ଥୀଙ୍କ ବୈାଦ୍ଧିକ ବିକାଶରେ ସହଯୋଗୀ ହେବା ପାଇଁ ଆହ୍ୱାନ ଦିଆଯାଇଛି। ପ୍ରଧାନଆଚାର୍ଯ୍ୟଙ୍କ ସୂଚନାକ୍ରମରେ ନୀତି ଆୟୋଗ ଭୂବନେଶ୍ୱରଙ୍କ ପ୍ରଦତ୍ତ ୧୨ଲକ୍ଷ ଟଙ୍କା ଅନୁଦାନ ବ୍ୟୟବରାଦରେ ବିଜ୍ଞାନ ପ୍ରୟୋଗଶାଳା ଟି ଉଦ୍ଦ୍‍ଘାଟିତ ହୋଇଥିବା ସୂଚନା ମିଳିଛି।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories