ନବରଙ୍ଗପୁର: ମଇଦଳପୁର ପୋଲିସ ସନ୍ଦେହଜନକ ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର କରିଅଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ପଲସା ପଦର ଗ୍ରାମ ନିକଟସ୍ଥ ଏକ ଝରଣା ନିକଟରେ ଯୁବକର ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ସୂଚନା ମୁତାବକ ମାଝୀଗୁଡା ପଞ୍ଚାୟତ ପଲସା ପଦର ଗ୍ରାମର ଟିନା ହରିଜନ (୩୫) ଗତ ୨୪ ତାରିଖ ସଂନ୍ଧ୍ୟା ୬ଘଣ୍ଟା ସମୟରେ ଗାଁ ପାଖ ଝରଣାକୁ ଯାଇଥିଲେ କିନ୍ତୁ ଘରକୁ ଫେରିଲେ ନାହିଁ। ସକାଳୁ ଟିନାଙ୍କ ପିତା ଜାଣିବାକୁ ପାଇଲେ ଯେ ତାଙ୍କ ପୁଅର ମୃତଦେହ ଝରଣା ନିକଟରେ ପଡ଼ିରହିଛି, ପରେ ଟିନାର ବାପା ଏନେଇ ମୈଦଲପୁର ପୋଲିସକୁ ଜଣାଇଥିଲେ, ମୈଦାଲପୁର ପାଣ୍ତି ଅଧିକାରୀ ଅନମୁ ଦିଆନ ଘଟଣା ସ୍ଥଳରେ ପହଂଚି ମୃତ୍ୟୁ ଶରୀରକୁ ଜବତ କରି କେସ ନଂ ୧୩/୨୧ର ଏକ ଅପମୃତ୍ୟୁ ମାମଲା ୠଜୁକରି ଶବକୁ ବ୍ୟବଛେଦ ପାଇଁ ପଠାଇଥିଲେ। ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛନ୍ତି।
Popular Categories



