nua o banner

ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା, ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ଅସହାୟ ମହିଳା

BJD Bijuli 480×75 Mob

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦରମହକୁମାରେ ବାସ କରୁଥିବା ଗୋପୀନାଥ ଗୌଡ଼ଙ୍କ ସ୍ତ୍ରୀ ଅଞ୍ଜନା ଗୌଡ଼ ଆଜକୁ ୨ ବର୍ଷ ହେବ ଅଣ୍ଟା ଏବଂ ପଛଭାଗରେ ମାଂସ ବଢିବଢି ଯାଉଥିବା କାରଣରୁ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଏନେଇ ସେ ଡାକ୍ତରଙ୍କୁ ଦେଖାଇଥିବା ବେଳେ ଡାକ୍ତର ତାହାକୁ ଟ୍ୟୁମର ବୋଲି  ସହ ଉଚ୍ଚ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡିବ ବୋଲି କହୁଛନ୍ତି। କିନ୍ତୁ ଦରିଦ୍ର ଏବଂ ଅର୍ଥ ଅଭାବରୁ ଚିକିତ୍ସା କରିନପାରି ଯନ୍ତ୍ରଣାରେ ଛଟପଟ ହେଉଥିବା ଯୋଗୁଁ ସ୍ତ୍ରୀ ଅଞ୍ଜନା ଗୌଡ଼ଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇବାକୁ ସ୍ବାମୀ ଗୋପୀନାଥ ଆକୁଳ ନିବେଦନ କରୁଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ଗୋପିନାଥ ଏବଂ ତାର ସ୍ତ୍ରୀ ଏକ ୫ ବର୍ଷର ଝିଅ ସହ ପାପଡାହାଣ୍ଡି ଭୈରବ ମନ୍ଦିର ପୋଖରୀ ନିକଟରେ ଏକ ଝାଟିମାଟି କୁଡ଼ିଆ ରେ ରହି ମୁଡି ବେପାର କରି ଚଳି ଆସୁଥିଲେ। ଆଜିକୁ ୨ବର୍ଷ ହେବ ଅଞ୍ଜନାର ଅଣ୍ଟା ଓ ପିଚା ରେ ମାଂସ ପିଣ୍ଡୁଳା ବାହାରି ଦିନକୁ ଦିନ ବଡି ଯନ୍ତ୍ରଣା ହେବା ରୁ ଏନେଇ ଜିଲ୍ଲାପ୍ରଶାସନ କୁ ଜଣେଇବା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ନେଇ ସେଠାରେ ଯାଞ୍ଚ କରିବା ପରେ ଅଞ୍ଜନା କୁ କର୍କଟ ହୋଇଥିବା କହି ତାର ଉଚ୍ଚ ଚିକିତ୍ସା ର ଆବଶ୍ୟକତା ଦରକାର ଅଛି କହି କଟକ ସ୍ଥାନାନ୍ତର କରିଥିଲେ ଏବଂ ପ୍ରଶାସନ ତରଫରୁ ରେଡ଼କ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ର ସହାୟତା ରଶି ପ୍ରଦାନ କରିଥିଲେ ଜ୍। ଗୋପୀ ନିଜ ସ୍ତ୍ରୀ କୁ ଧରି କଟକ ବଡ଼ ମେଡିକାଲ ଯାଇ ସେଠାରେ ପହଂଚିବା ପରେ ସେଠାରେ ୩/୪ ଦିନ ରହି ମେଡିକାଲ ଦୌଡି ଦୌଡି ଶେଷରେ କରୋନା ଦର୍ଶାଇ ପରେ ଆସିବାକୁ କହିବା ପରେ ଉପାୟ ନ ପାଇ ଶେଷରେ ଘରକୁ ଫେରିଥିଲେ ଜ୍। ପ୍ରଶାସନ ତରଫରୁ ମିଳିଥିବା ଟଙ୍କା ଏବେ ଗାଡି ଖର୍ଚ୍ଚ ରେ ସରିଯାଇଛି ଜ୍। ଏବେ ମାଂସ ପିଣ୍ଡୁଳା ବଡ଼ିଯାଇ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ଚିକିତ୍ସା ପାଇ କଟକ ଯିବାପାଇଁ ଗୋପୀ ସହାୟତା ପାଇଁ ନିବେଦନ କରିଅଛି

Comments are closed.