www.samajalive.in
Monday, December 15, 2025
17.1 C
Bhubaneswar

ମଣ୍ଡିରୁ ଉଠୁନି ଧାନ, ମହିଳା ଚାଷୀ ରାତି ଉଜାଗର

ନବରଙ୍ଗପୁର: ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଥିବା ମଣ୍ଡିରେ ପଡ଼ି ରହିଛି ହଜାର ହଜାର କୁଇଣ୍ଟାଲ ଧାନ। ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଟାର୍ଗେଟ ଆସି ନ ଥିବା କହି ଚାଷୀଙ୍କୁ ଫେରାଇ ଦିଆ ଯାଉଥିବା ବେଳେ କିଛି ଟୋକେନ୍ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣା ଯାଉନି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅନ୍ୟନୋପାୟ ହୋଇ ରାତିରେ ଜଗୁଛନ୍ତି ମହିଳା ଚାଷୀ । ଚାଷୀମାନେ କେବେ ଟାର୍ଗେଟ ଆସିବ, ଟୋକେନ କେବେ ମିଳିବ ଏନେଇ ଲ୍ୟାମ୍ପ ଏମଡିଙ୍କୁ ଘେରିଥିଲେ। ନବରଙ୍ଗପୁର ବ୍ଲକ ମଣ୍ଡିରେ ୨୦୬୬୮୪ କୁଇଣ୍ଟାଲ୍ ଟାର୍ଗେଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦୫୧୫୧ କୁଇଣ୍ଟାଲ୍ ଧାନ କିଣା ଯାଇଥିବା ନବରଙ୍ଗପୁର ଲ୍ୟାମ୍ପ୍ ଏମ୍ ଡି ଅରୁଣ ମହାପାତ୍ର ସୂଚନା ଦେଇଛନ୍ତି। ପୁନର୍ବାର ଟାର୍ଗେଟ୍ ଆସିଲେ ବଳକା ଚାଷୀଙ୍କ ଧାନ ଉଠାଯିବ ବୋଲି ଏମ୍ ଡି କହିଥିଲେ । ସେହିପରି ବିକ୍ରମପୁର ମଣ୍ଡିରେ ଅନ୍ୟ ଏକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଆଜିକୁ ପ୍ରାୟ ୧୩ ଦିନ ହେବ ରାଜ କୁମାରୀ ଦଳେଇ ନାମକ ଜଣକ ମହିଳା ନିଜ ୧୦୪ କୁଇଣ୍ଟାଲ୍ ଧାନକୁ ମଣ୍ଡିକୁ ନେଇ ରାତିରେ ଜଗୁଥିବା ଅଭିଯୋଗ କରିଛନ୍ତି । ସେ କହିବା ଅନୁଯାୟୀ ତାଙ୍କର ଜଣେ ରୋଗିଣୀ ମା ଏବଂ ଗୋଟିଏ ଝିଅକୁ ଘରେ ଛାଡ଼ି ମୁଁ ଯାଇ ମଣ୍ଡିରେ ରାତି ଜଗିବାକୁ ପଡୁଛି । ଯେହେତୁ ମୋର ଧାନ ସବୁ ମଣ୍ଡିରେ ନେଇକି ଛାଡ଼ିଛି ସେଥିପାଇଁ ମୋତେ ଜଗିବାକୁ ପଡୁଛି ବୋଲି କହିଛନ୍ତି। ତାଙ୍କୁ ଟକେନ୍ ମିଳିଥିବା ବେଳେ ମିଲ୍ ମାଲିକ ଆଜି ଉଠାଇବୁ , କାଲି ଉଠାଇବୁ କହି ଧାନ ଉଠାଉ ନଥିବା ସହ ୪ ରୁ ୫ କିଲୋ କଟା ଯିବ ବୋଲି ମିଲ ବାଲା କହୁଥିବା ଶ୍ରୀମତୀ ଦଳେଇ ଅଭିଯୋଗ କରିଛନ୍ତି। ଆଜି ଶ୍ରୀମତୀ ଦଳେଇଙ୍କ ଧାନ ଉଠା ଯିବାର ବ୍ୟବସ୍ଥା କରାଯାଇଛି ବୋଲି ଏମ୍ ଡି ଶ୍ରୀ ମହାପାତ୍ର କହିଛନ୍ତି । ଅପରପକ୍ଷରେ ହଜାର ହଜାର କୁଇଣ୍ଟାଲ୍ ଧାନ ମଣ୍ଡିଗୁଡିକରେ ପଡି ରହିଥିବା ବେଳେ ଏହାର ତଦାରଖ ଓ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇବା ସହ କେବେ ଟାର୍ଗେଟ ଆସିବ ,କେବେ ଟକେନ୍ ମିଳିବ ଓ କେବେ ଧାନ ଉଠିବ ସେ ନେଇ ଚିନ୍ତାରେ ଚାଷୀ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories