www.samajalive.in
Sunday, December 14, 2025
26.1 C
Bhubaneswar

ଛାତିଥରା ଘଟଣା, ଯବାନଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ମୁମ୍ବଇ: ମହାରାଷ୍ଟ୍ରର ପାଲଘରରେ ଦୁର୍ବୃତ୍ତମାନେ ଅମାନବୀୟ କାଣ୍ଡ ଘଟାଇଛନ୍ତି। ଜଣେ ଯବାନଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ଜିଅନ୍ତା ଜାଳିଦେଇଥିବା ଜଣାପଡ଼ିଛି। ଉକ୍ତ ଯବାନ ଜଣେ ନୌସେନା ଅଧିକାରୀ। ତାଙ୍କ ନାଁ ସୁରଜ କୁମାର ବୋଲି ଜଣାପଡିଛି। ସୁରଜଙ୍କ ଘର ଝାଡଖଣ୍ଡ ରାଞ୍ଚିରେ। ସେ ତାମୁଲନାଡୁ ଆଇଏନଏ କଏମ୍ବଟୁରରେ କାର୍ଯ୍ୟରତ ଥିଲେ। ଗତ ଜାନୁଆରୀ ୩୦ ତାରିଖରେ ଛୁଟି ସାରି ସେ କାର୍ଯ୍ୟରେ ଯୋଗ ଦେବା ପାଇଁ କଏମ୍ବଟୁର ଯାଉଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ହିଁ ଅପହରଣ କରିନେଇଥିଲେ। ତା’ପରେ ତାଙ୍କୁ ପାଲଘରର ବେବାଜୀ ଜଙ୍ଗଲକୁ ନେଇଯାଇଥିଲେ। ନୌସେନା ଅଧିକାରୀଙ୍କୁ ଛାଡ଼ିବା ବଦଳରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିଲେ। ପରେ ତାଙ୍କୁ ଅପହରଣକାରୀମାନେ ହାତ ଓ ଗୋଡ଼ ବାନ୍ଧି ଗୋଲଭାଦ୍ ନିକଟ ଜଙ୍ଗଲରେ ଜୀବନ୍ତ ଦଗ୍ଧ କରି ଛାଡ଼ି ପଳାଇଥିଲେ। କିଛି ସ୍ଥାନୀୟ ନାଗରିକଙ୍କ ସାହାଯ୍ୟରେ ଧାହାନୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁରଜଙ୍କୁ ପହଞ୍ଚାଯାଇଥିଲା। ତାଙ୍କ ଶରୀରର ୯୦ ପ୍ରତିଶତ ଜଳି ଯାଇଥିଲା। ଏହି ଅବସ୍ଥାରେ ତାଙ୍କୁ ମୁମ୍ବାଇର ନାଭାଲ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

 

- Advertisement -

 

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories