କଲକାତା ଲଜ୍ଜା; ମମତାଙ୍କ କାର୍ଯ୍ୟାଳୟ ନବାନ୍ନ ଘେରାଉ ବେଳେ ପୁଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି
କଲକାତା: ଆରଜି.କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ କାର୍ଯ୍ୟାଳୟ ନବାନ୍ନ ଘେରାଉ କରିବା ବେଳେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନ କରୁଥିବା ଛାତ୍ରଙ୍କୁ ଅଟକାଇବା ପାଇଁ ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ସହ ପାଣି ମାଡ କରାଯାଇଥିଲା। ଏହା ସତ୍ୱେ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଆଡକୁ ଅଗ୍ରସର ହେଉଥିବାରୁ ଲାଠି ଚାର୍ଜ କରିଛି ପୁଲିସ। ମମତାଙ୍କୁ ସୁରକ୍ଷା ଦେବାକୁ ସଚିବାଳୟ ମାର୍ଗରେ ୬ହଜାର ଯବାନ ମୁତୟନ ହେବା ସହ ଶହ ଶହ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅଭୟାଙ୍କୁ ନ୍ୟାୟ ଓ ମମତାଙ୍କ ଇସ୍ତଫା ଦାବି କରି କଲକାତାରେ ବଡ ବିକ୍ଷୋଭ କରୁଛନ୍ତି ଛାତ୍ର ସଂଗଠନ।
#WATCH | West Bengal: Protestors climb atop Police barricades, clash with Police personnel and break away the barricades at Santragachi in Howrah, as they carry out ‘Nabanna Abhiyan’ march over RG Kar Medical College and Hospital rape-murder case. pic.twitter.com/5fZKLJCQv6
— ANI (@ANI) August 27, 2024
Comments are closed.