www.samajalive.in
Friday, December 5, 2025
20.1 C
Bhubaneswar

ଆନ୍ତର୍ଜାତିକ ଚାପ ସତ୍ତ୍ୱେ ଥମୁନି ଋଷ-ୟୁକ୍ରେନ ଯୁଦ୍ଧ; ୯/୧୧ ଭଳି ଋଷ ଉପରେ ଆକ୍ରମଣ କଲା ୟୁକ୍ରେନ

ସମାଜ ଡିଜିଟାଲ ଡେସ୍କ: ଆନ୍ତର୍ଜାତିକ ଚାପ ସତ୍ତ୍ୱେ ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବା ବଦଳରେ ଅଧିକ ଉଗ୍ର ହେବାରେ ଲାଗିଛି। ଇତି ମଧ୍ୟରେ ଆମେରିକାରେ ୯/୧୧ ଆକ୍ରମଣ ଭଳି ୟୁକ୍ରେନ ରୁଷିଆ ଉପରେ ଡ୍ରୋନ ମାଡ କରିଛି। ୟୁକ୍ରେନ ସେନା ଦ୍ୱାରା ରୁଷିଆ ସାରାତୋଭ ସହରର ସବୁଠାରୁ ବଡ କୋଠାକୁ ଲକ୍ଷ୍ୟ କରି ଡ୍ରୋନ ଆକ୍ରମଣ କରାଯିବା ଯୋଗୁଁ ୩୮ମହଲାର ଏହି ପ୍ରକାଣ୍ଡ କୋଠାଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହାପରେ ରକ୍ତମୁଖା ରୁଷିଆ ୟୁକ୍ରେନ ଉପରେ ଘନଘନ କ୍ଷେପଣାସ୍ତ୍ର ମାଡ କରିବା ଯୋଗୁଁ ୟୁକ୍ରେନରେ ଆତଙ୍କ ଖେଳିଯାଇଛି। ରାଜଧାନୀ କିଭ୍‌‌ ଉପରେ ରୁଷିଆ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରି ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଅନ୍ୟପକ୍ଷରେ ୟୁକ୍ରେନର ଆକ୍ରମଣ ଯୋଗୁ ରୁଷିଆର କେତେକ ସହରରେ ବିଦ୍ୟୁତ ସଂରବରାହ ବନ୍ଦ ହୋଇଯିବାରୁ ସହର ଅନେକ ଅଞ୍ଚଳରେ ଅନ୍ଧକାର ଛାଇଯାଇଛି। ଫେବୃଆରୀ ୨୦୨୨ରେ ମସ୍କୋ ପକ୍ଷରୁ ପ୍ରଥମେ ଏଠାରୁ ଆକ୍ରମଣ କରାଯାଇଥିଲା। ଅଢେଇ ବର୍ଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲୁ ରହିଛି। ୟୁକ୍ରେନର ବହୁ ଅଞ୍ଚଳ ରୁଷିଆର କ୍ଷେପଣାସ୍ତ୍ର ମାଡରେ ଧୂଳିସାତ ହୋଇଯାଇଥିଲେ ମଧ୍ୟ ୟୁକ୍ରେନର ଆକ୍ରମଣରେ ରୁଷିଆର ବହୁ କ୍ଷୟକ୍ଷତି ଘଟିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories