ନୂଆଦିଲ୍ଲୀ : ଭାରତୀୟ ସହରାଞ୍ଚଳର ୧୫ଟି ସହରର ୫ କୋଟି ଲୋକଙ୍କ ପାଖରେ ସୁରକ୍ଷିତ ଓ ସୁଲଭ ପାନୀୟ ଜଳ ଉପଲବ୍ଧ ପାରିନାହିଁ ବୋଲି ୟୁନିସେଫ୍ ଇଣ୍ଡିଆ ରିପୋର୍ଟରେ ଦର୍ଶାଯାଇଛି।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶୁଦ୍ଧ ଜଳ ଯୋଗାଣ ଏକ ଦେଶର ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରେ। ତେବେ ଏହା ସର୍ବଭାରତୀୟ ସ୍ତରରେ ଅଗ୍ରାଧିକାର ଭିତ୍ତିରେ ଉପଲବ୍ଧ ହେଉ ନାହିଁ। ଏହା ଭାରତରେ ସର୍ବନିମ୍ନ ସ୍ତରରେ ରହିଛି।
ସୁସ୍ଥ ପାନୀୟ ଜଳ ହେଉଛି ଏକ ଜରୁରୀ ଆବଶ୍ୟକତା, ଯାହା ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ କାରଣ ଏହା ଶରୀରର ମେଟାବୋଲିକ୍ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ବର୍ତ୍ତମାନର କୋଭିଡ୍ ପରିସ୍ଥିତିରେ, ଜଳ ମଣିଷକୁ ସୁସ୍ଥ ରହିବାରେ ସାହାଯ୍ୟ କରେ ଓ ହଜମ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ କାର୍ଯ୍ୟ କରିଥାଏ। କାରଣ ଏହା ଶରୀରକୁ କୋଭିଡ୍ ଭୁତାଣୁ ସହିତ ଲଢିବାରେ ସାହାଯ୍ୟ କରିଥାଏ।
ଜଳର ଅଭାବ ମଧ୍ୟରେ, ବ୍ୟବହାର ପାଇଁ ଉପଲବ୍ଧ ଜଳର ଶୁଦ୍ଧତା ବିଷୟରେ ମଧ୍ୟ ଜାଣିବା ଅତ୍ୟନ୍ତ ଜରୁରୀ। ପ୍ରାୟତଃ ଦେଖାଯାଏ ଯେ ଲୋକମାନେ ସାଧାରଣତଃ ପାଣି ପିଇବା ସମୟରେ ଏହା ସଫା ଅଛି କି ନାହିଁ ଯାଞ୍ଚ କରନ୍ତି। କିନ୍ତୁ ପରିଷ୍କାର ଦେଖାଯାଉଥିବା ପାଣି ନିରାପଦ ନୁହେଁ। ପରିଷ୍କାର ଦେଖାଯାଉଥିବା ପାଣି ପିଇବା ପାଇଁ ସର୍ବଦା ଉପଯୁକ୍ତ ନୁହେଁ ବୋଲି ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ପରାମର୍ଶଦାତା ମତ ଦିଅନ୍ତି।
ଦେଶର ୧୫ ସହରରେ ୫ କୋଟି ଲୋକଙ୍କ ପାଖରେ ବିଶୁଦ୍ଧ ଓ ସୁଲଭ ପାନୀୟ ଜଳ ନାହିଁ : ରିପୋର୍ଟ
Popular Categories



