www.samajalive.in
Monday, December 15, 2025
24.1 C
Bhubaneswar

ଚୀନରେ ବ୍ୟାପୁଛି ନୂଆ ପ୍ରକାର ନିମୋନିଆ

ବେଜିଂ : ଚୀନରେ ନୂଆ ପ୍ରକାରର ନିମୋନିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଅକ୍ଟୋବର ମଧ୍ୟ ଭାଗରୁ ଉତ୍ତର ଚୀନରେ ଏହି ନିମୋନିଆ ସଂକ୍ରମଣ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ବହୁ ସଂଖ୍ୟକ ପିଲା ଓ ଶିକ୍ଷକ ନିମୋନିଆରେ ଆକ୍ରାନ୍ତ ହେଉଥିବାବେଳେ ବିଦ୍ୟାଳୟଗୁଡିକୁ ଛୁଟି ଘୋଷଣା କରାଯାଇଛି। ନିମୋନିଆ ଯୋଗୁଁ ଫୁସଫୁସ୍‌ ସଂକ୍ରମିତ ହେଉଥିବାରୁ ଏଥିରେ ବ୍ୟକ୍ତିର ମୃତ୍ୟୁ ଆଶଙ୍କା ବୃଦ୍ଧି ପାଇଛି। ନିମୋନିଆ ଉଭୟ ବ୍ୟାକ୍ଟେରିଆ ଓ ଭୂତାଣୁ ଜନିତ ସଂକ୍ରମଣ ହୋଇଥିବାବେଳେ ଏହା ଆମର ଶ୍ବାସକ୍ରିୟାକୁ ପ୍ରଭାବିତ କରିଥାଏ। ବିଭିନ୍ନ ପ୍ରକାର ନିମୋନିଆ ସଂକ୍ରମଣ ରହିଥିବାବେଳେ ଚୀନରେ ଯେଉଁ ସଂକ୍ରମଣ ଆରମ୍ଭ ହୋଇଛି ତାର କାରଣ ଓ ଚିକିତ୍ସା ଉପାୟ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପାଇପାରୁ ନାହାନ୍ତି। ଏହି ନିମୋନିଆ ସଂକ୍ରମଣକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ସତର୍କତା ଜାରି କରିଛି। ଶ୍ବାସକ୍ରିୟା ଜନିତ ଅସୁସ୍ଥତା ଆଶଙ୍କାକୁ ଏଡାଇବା ଲାଗି ହୁ’ ପରାମର୍ଶ ଦେଇଛି। ଏହା ସହିତ ନୂଆ ସଂକ୍ରମଣ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ହୁ’ ଚୀନ ସରକାରଙ୍କୁ ନିବେଦନ କରିଛି। ବେଜିଂସ୍ଥିତ ଜାତୀୟ ସ୍ବାସ୍ଥ୍ୟ କମିସନ (ଏନଏଚସି) କହିଛି ଯେ କରୋନା କଟକଣା ଉଠାଇ ଦିଆଯିବା ପରେ ଏହି ଶ୍ବାସକ୍ରିୟା ସଂକ୍ରମଣ ଆରମ୍ଭ ହୋଇଛି। ବହୁ ସଂଖ୍ୟକ ଆକ୍ରାନ୍ତ ଚିକିତ୍ସା ନିମନ୍ତେ ଆସୁଥିବାରୁ ଡାକ୍ତରଖାନାଗୁଡିକରେ ଭିଡ ପରିଲକ୍ଷିତ ହୋଇଛି। ଏହି ସଂକ୍ରମଣ ଯୋଗୁଁ କାଶ, ଜ୍ବର ସହିତ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଉଛି। ଏପରିକି ଏହାର ଲକ୍ଷଣ କରୋନା ଲକ୍ଷଣ ସହିତ ସମାନତା ରହିଛି। ସଂକ୍ରମଣର କାରଣକୁ ଚିହ୍ନଟ ଲାଗି ଉଦ୍ୟମ ଜାରି ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories