www.samajalive.in
Sunday, December 14, 2025
19.1 C
Bhubaneswar

ଉତ୍ତରକାଶୀ ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣା, ଉଦ୍ଧାର କାର୍ଯ୍ୟ ବିଳମ୍ବିତ

ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡି ପଡିଥିବା ନିର୍ମାଣାଧୀନ ସିଲ୍‌କୟାରା ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ନିମନ୍ତେ ଚାଲିଥିବା ଅଭିଯାନ ବିଳମ୍ବିତ ହୋଇଛି। ଗୁରୁବାର ବିଳମ୍ବିତ ରାତି କିମ୍ବା ଶୁକ୍ରବାର ଶ୍ରମିକମାନଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଛି ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) କହିଛନ୍ତି। ଏନଡିଏମଏ ଅଧିକାରୀ ଲେପ୍ଟନାଣ୍ଟ ଜେନେରାଲ ସୟଦ ହାସନୈନ କହିଛନ୍ତି ଯେ ଫସି ରହିଥିବା ୪୧ଜଣ ଶ୍ରମିକ ଓ ସେମାନଙ୍କୁ ଉଦ୍ଧାର ନିମନ୍ତେ ନିୟୋଜିତ ଶ୍ରମିକଙ୍କ ଜୀବନ ବିପଦରେ ରହିଛି। ତେବେ ଉଦ୍ଧାର କାର୍ଯ୍ୟ ଗୁରୁବାର କିମ୍ବା ଶୁକ୍ରବାର ଶେଷ ହେବାର ସମ୍ଭାବନା ରହିଛି। ଶ୍ରମିକଙ୍କୁ ଉଦ୍ଧାର ନିମନ୍ତେ ଚାଲିଥିବା ଭୂଲମ୍ବ ଡ୍ରିଲିଂ ଆଉ ୧୦ମିଟର ବାକି ରହିଛି। ମୋଟ ୫୭ ମିଟର ଡ୍ରିଲିଂ କରାଯାଇ ତା’ ମଧ୍ୟରେ ୮୦୦ ମିମି ବ୍ୟାସର ପାଇପ୍‌ ଭର୍ତ୍ତି କରାଯିବାକୁ ଥିବାବେଳେ ୪୭ମିଟରର ପାଇପ୍ ଭର୍ତ୍ତି କାର୍ଯ୍ୟ ଶେଷ ହୋଇଛି। ଆନ୍ତର୍ଜାତିକ ସୁଡଙ୍ଗ ବିଶେଷଜ୍ଞ ଆ‌େର୍ଣ୍ଣାଲ୍ଡ ଡିକ୍ସ କହିଛନ୍ତି ଯେ ଭୂଲମ୍ବ ଡ୍ରିଲିଂ ହେଉଥିବାରୁ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି। ବୁଧବାର ରାତିରେ ଡ୍ରିଲିଂ କାମ ଚାଲିଥିବାବେଳେ ଲୁହା ପ୍ଲେଟ ପଡିବାରୁ କାମ ୬ଘଣ୍ଟା ଅକଟିଥିଲା। ଲୁହା ପ୍ଲେଟକୁ କଟାଯିବା ପରେ ପୁନର୍ବାର ଡ୍ରିଲିଂ କାମ ଆରମ୍ଭ ହୋଇଛି।
ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଫସି ରହିଥିବା ଶ୍ରମିକଙ୍କ ସହିତ କଥା ହୋଇ ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କୁ କହିଛନ୍ତି ଯେ ସେମାନଙ୍କୁ ଖୁବ୍‌ଶୀଘ୍ର ଉଦ୍ଧାର କରାଯିବ। ଶ୍ରମିକଙ୍କୁ ଉଦ୍ଧାର ପରେ ତୁରନ୍ତ ଡାକ୍ତରଖାନା ନେବା ଲାଗି ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳରେ ୪୧ଟି ଆମ୍ବୁଲାନ୍ସ ଓ ଡାକ୍ତର ନିୟୋଜନ କରାଯାଇଛି। ଶ୍ରମିକଙ୍କ ଚିକିତ୍ସା ନିମନ୍ତେ ଟ୍ରମା ଓ ଆଇସିୟୁ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଛି। ଏମ୍ସ ଋଷିକେଶର ନିର୍ଦେଶକ ଡାକ୍ତର ନରେନ୍ଦ୍ର କୁମାର କହିଛନ୍ତି ଉତ୍ତରକାଶୀ ଜିଲା ଡାକ୍ତରଖାନାରେ ଶ୍ରମିକଙ୍କ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡିଲେ ସେମାନଙ୍କୁ ଏମ୍ସକୁ ଅଣାଯିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories