ଶୁକ୍ରବାର ରାଶିଫଳ (୨୪.୧୧.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Nov 24, 2023 Share ମେଷ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ବୃଷ : ଜ୍ଞାନ ପିପାସୁ ହୋଇପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ବିାବଦୀୟ ଘଟଣାରେ ବିଜୟୀ ହେବେ। ମିଥୁନ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଗୁରୁ କୃପା ଲାଭ କରିପାରନ୍ତି। ଆୟ ଆଶାନୁରୂପ ହେବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଅର୍ଥ ପ୍ରାପ୍ତ ହେବ। କର୍କଟ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସାଧନାରେ ସିଦ୍ଧି ପ୍ରାପ୍ତିର ସୂଚନା ମିଳୁଛି। ସିଂହ : ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରିଷ୍ଟ ଖଣ୍ଡନ ପାଇଁ ପ୍ରଭୁ ପାଦରେ ଶରଣାଗତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରିୟଭାଷୀ, ଧନ ଓ ଯାନବାହନଯୁକ୍ତ ହେବେ। କନ୍ୟା : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁଖଦାୟକ ଘଟଣାମାନ ଘଟିବ। ପଦୋନ୍ନତିର ସୁଯୋଗ ଅଛି। ଉତ୍ତମ ଖାଦ୍ୟରେ ଆପ୍ୟାୟିତ ହେବେ। Related Posts ବାବା ସାହେବଙ୍କ ୧୩୪ ତମ ଜୟନ୍ତୀ ମହାସମାରୋହରେ… Apr 14, 2025 ଭକ୍ତ ଦାସିଆଙ୍କ ପୀଠରେ ମହାବୀର ଜୟନ୍ତୀ ପାଳିତ Apr 14, 2025 ତୁଳା : ସୁଖ, ଶାନ୍ତି, ସନ୍ତୋଷ ରୂପକ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଚିତ୍ତ ପ୍ରସନ୍ନ ରହିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ବନ୍ଧୁ ସହଯୋଗ ମିଳିପାରେ। ବିଛା : ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଧର୍ମକର୍ମ ସମ୍ପାଦନ କରିବେ। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସ୍ନେହ, ଶ୍ରଦ୍ଧାପୂର୍ଣ୍ଣ ହେବ। ତେଜସ୍ବୀ ହେବେ। ଧନୁ : ପରିଶ୍ରମ ଅଧିକ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। କୃଷି କାର୍ଯ୍ୟ କରିବେ। ମକର : ମନସ୍କାମନା ପୂରଣ ହୋଇପାରେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବ ଦର୍ଶନ ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ। ସର୍ବତ୍ର ବିଜୟୀ ହେବେ। କୁମ୍ଭ : ଶ୍ରମ ସାର୍ଥକ ହେବ। ଉଚ୍ଚ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। କରିତ୍କର୍ମା ହେବେ। ଦାମ୍ପତ୍ୟ ସୁଖ ମିଳିବ। ମୀନ : ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତ ହେବ। Share FacebookTwitterWhatsApp
Comments are closed.