www.samajalive.in
Sunday, December 7, 2025
14.1 C
Bhubaneswar

ମ୍ୟାଁମାର ଭୋଟ୍‌ ଆଜି : ରୋହିଙ୍ଗ୍ୟା ଦେଇ ପାରିବେନି ଭୋଟ

ରେଙ୍ଗୁନ(ମ୍ୟାଁମାର) : ସଂସଦର ଉଭୟ ସଦନ ଓ ପ୍ରାଦେଶିକ ବିଧାନସଭା ପାଇଁ ମ୍ୟାଁମାରରେ ରବିବାର ମତଦାନ ଗ୍ରହଣ କରାଯିବ। ନୋବେଲ ଶାନ୍ତି ପୁରସ୍କାର ବିଜେତା ଆନ୍‌ ସାଙ୍ଗ ସୁଙ୍କ ନେତୃତ୍ବରେ ନ୍ୟାସନାଲ ଲିଗ୍‌ ଅଫ ଡେମୋକ୍ରାସି (ଏନଏଲଡି) ପାର୍ଟି ଉପରେ ସଭିଙ୍କ ନଜର ରହିଛି। ଏଥରର ନିର୍ବାଚନରେ ରୋହଙ୍ଗ୍ୟାଙ୍କୁ ମତଦାନ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି ।

୨୦୧୫ରେ ବହୁ ଭୋଟରେ ବିଜୟୀ ହୋଇ ଆନ୍‌ ସାଙ୍ଗ ସୁଙ୍କ ନେତୃତ୍ବରେ ଏନଏଲଡି ସରକାର ଗଠନ କରିଥିଲା । ଦେଶର ଜନସଂଖ୍ୟା ପ୍ରାୟ ସାଢେ ୫ କୋଟି। ଏଥର ପ୍ରାୟ ୩ କୋଟି ୭୦ ଲକ୍ଷ ନାଗରିକ ଭୋଟ ଦେବେ । ଦୀର୍ଘ ୫୦ ବର୍ଷର ସାମରିକ ଶାସନ ପରେ ୨୦୧୫ରେ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା । ଏହି ବର୍ଷ ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଆନ୍‌ ସାଙ୍ଗ ସୁ ବିଜୟୀ ହୋଇ ସରକାର ଗଠନ କରିଥିଲେ ।

- Advertisement -

ୟୁନିୟନ ସଲିଡାରିଟି ଆଣ୍ଡ ଡେଭଲପମେଣ୍ଟ ପାର୍ଟି (ୟୁଏଓଡିପି) ପ୍ରମୁଖ ବିରୋଧୀ ଦଳ ଭାବେ ନିର୍ବାଚନ ଲଢୁଛି। ଏହି ପାର୍ଟିକୁ ଦେଶର ସେନା ସମର୍ଥନ କରୁଛି। ଦେଶର ସଂସଦରେ ୨୫ ପ୍ରତିଶତ ସଦସ୍ୟ ସେନାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି ୧ ୨୦୧୭ରେ ରୋହଙ୍ଗ୍ୟାଙ୍କ ବିରୋଧରେ ମ୍ୟାଁମାର ସେନା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପ୍ରାୟ ସାଢେ ୩ ଲକ୍ଷ ରୋହିଙ୍ଗ୍ୟା ବାଂଲାଦେଶରେ ଶରଣାର୍ଥୀ ଭାବେ ଜୀବନ ବିତାଉଛନ୍ତି। ଏଥର ନିର୍ବାଚନରେ ରୋହିଙ୍ଗ୍ୟାଙ୍କୁ ମତଦାନ ଅଧିକାର ଦିଆଯାଇ ନାହିଁ। ନିଜର ବ୍ୟକ୍ତିତ୍ବ ପାଇଁ ଏଥର ଦେଶବାସୀ ପୁନଃ ଆନ୍‌ ସାଙ୍ଗ ସୁଙ୍କୁ ବିଜୟୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କ ସମୟରେ ଭାରତ-ମ୍ୟାଁମାର ସମ୍ପର୍କ ସୁଦୃଢ ହୋଇଛି। ମ୍ୟାଁମାର ସେନା ସହଯୋଗରେ ଉଭୟ ଦେଶର ସୀମାରୁ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories