nua o banner

ମିଆଁମାର, ପେରୁ ରାଷ୍ଟ୍ରପତିଙ୍କ ଇସ୍ତଫା

BSKY banner  750×100
0

ୟାଙ୍ଗନ/ଲିମା : ମିଆଁମାର ରାଷ୍ଟ୍ରପତି ତିନ୍‌ କ୍ୟାୱ ଓ ପେରୁ ରାଷ୍ଟ୍ରପତି ପେଡ୍ରୋ ପାବ୍‌ଲୋ କୁସ୍‌ଜିନ୍‌ସ୍କି ବୁଧବାର ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତିନ୍‌ କ୍ୟାୱ ମିଆଁମାର ରାଷ୍ଟ୍ରମୁଖ୍ୟ (ଷ୍ଟେଟ୍‌ କାଉନ୍‌ସେଲର) ଅଙ୍ଗ୍‌ ସାନ୍‌ ସୁ କୀଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ। ତେବେ କେଉଁ କାରଣରୁ ସେ ଇସ୍ତଫା ଦେଇଛନ୍ତି, ତାହା ସ୍ପଷ୍ଟ ହୋଇପାରିନାହିଁ। ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂଆ ରାଷ୍ଟ୍ରପତି ନିଯୁକ୍ତ ହେବେ ବୋଲି ସୁ କୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ମହାଅଭିଯୋଗ ପ୍ରସ୍ତାବ ଆଗତ ହେବା ପୂର୍ବରୁ ପେରୁ ରାଷ୍ଟ୍ରପତି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉପରାଷ୍ଟ୍ରପତି ମାର୍ଟିନ ଭିଜ୍‌କାରାଙ୍କୁ ଶୁକ୍ରବାର ନୂତନ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯିବ।

Leave A Reply