ଏମ୍‍ଡବ୍ଲୁସିି ୨୦୧୯ : ନୋକିଆର ୪ଟି ବଜେଟ ଫୋନର ବଜାରପ୍ରବେଶ, ମିଳିବ ଖାସ୍‍ ଗୁଗୁଲ ଆସିଷ୍ଟାଣ୍ଟ ବଟନ୍‍

0

ନୂଆଦିଲ୍ଲୀ : ପୋଞ୍ଚୋଟି କ୍ୟାମେରା ଥିବା ଫ୍ଲାଗସିପ୍‍ ଫୋନ ନୋକିଆ-୯ ପିଓରଭ୍ୟୁ ଫୋନକୁ ଲଞ୍ଚ କରିବାପରେ କମ୍ପାନୀ ଏବେ ଶସ୍ତା ବଜେଟ ଫୋନ ଉପରେ ନଜର ରଖିଛି। ବର୍ସିଲେନାରେ ଚାଲିଥିବା କାର୍ଯ୍ୟକ୍ରମ ମୋବାଇଲ ୱାଲର୍ଡ କଂଗ୍ରେସରେ କମ୍ପାନୀ ତରଫରୁ ନୋକିଆ ୪.୨, ନୋକିଆ ୩.୨, ନୋକିଆ ୱାନପ୍ଲସ ଏବଂ ନୋକିଆ ୨୧୦ଫୋନକୁ ଲଞ୍ଚ କରାଯାଇଛି। ଏହି ଫୋନ ଗୁଡିକର ବିଶେଷତ୍ୱ ବିଷୟରେ କହିଲେ-

nokiamob

ନୋକିଆ ୪.୨ରେ ଗ୍ଲାସ ଏବଂ ପ୍ଲାଷ୍ଟିକର ବ୍ୟାବହାର କରାଯାଇଛି। ଫୋନରେ ୫.୭୧ଇଞ୍ଚର ୭୨୦ପିକ୍ସଲ ଥିବା ଡିସପ୍ଲେ ରହିଛି। ଯେଉଁଥିରେ ୱାଟର ଡ୍ରପ ନଞ୍ଚ ଦିଆଯାଇଛି। ଫୋନରେ ୨/୩ଜିବି ରାମ ଏବଂ ୧୬/୩୨ଜିବି ଷ୍ଟୋରେଜ ସହିତ ସ୍ନାପଡ୍ରାଗନ ୪୩୯ଚିପସେଟ୍‍ ସହିତ ଏଡ୍ରିନୋ ୫୦୫ଗ୍ରାଫିକ ପ୍ରୋସେସିଙ୍ଗ ୟୁନିଟ ଜିପିୟୁ ଦିଆଯାଇଛି। ଏହାର ଷ୍ଟୋରେଜକୁ ବଢାଇପାରିବେ। ଏହାର ପଛପଟେ ଏଫ୍‍/୨.୨ଅପର୍ଚର ସହିତ ୧୩ମେଗାପିକ୍ସେଲ ଏବଂ ୨ମେଗାପିକ୍ସେଲର ଡୁଆଲ କ୍ୟାମେରା ମିଳିବ। କ୍ୟାମେରାରେ ଫେଜ୍‍ ଡିଟେକସନ୍‍ ଅଟୋଫୋକସ୍‍ ଏବଂ ଏଲଇଡି ଫ୍ଲାସର ଫିଚର ମିଳିବ। ସେହିଭଳି ଆଗରେ ୮ମେଗାପିକ୍ସେଲର ସେଲଫି କ୍ୟାମେରା ରହିଛି। ଫୋନରେ ଟିପଚିହ୍ନ ସ୍କାନର, ଫାୱାର ବଟନ ଉପରେ ନୋଟଠିଫିକେସନ ଲାଇଟ, ୪ଜି, ଏଫଏମ୍‍ ରେଡିଓ, ଏନଏଫସି ଏବଂ ୯.୦ପାଇର ବିଶେଷତ୍ୱ ରହିଛି। ଏହି ଫୋନର ମୂଲ୍ୟ ୧୨ହଜାର ଟଙ୍କା।

courtesy-nokiamob

ନୋକିଆ ୩.୧ ଏବଂ ୩.୧ପ୍ଲସ ବ୍ୟତୀତ ନୋକିଆ ୩.୨ରେ ପାୱାରବଟନ ନୋଚ ସହିତ ୬.୨୬ଇଞ୍ଚର ୭୨୦ପିକ୍ସଲ ଥିବା ଟିଏଫଟି ଡିସପ୍ଲେ ରହିଛି। ଫୋନରେ ୨ଜିବି+୧୬ଜିବି ଏବଂ ୩ଜିବି+୩୨ଜିବି ମେମୋରୀ ଏବଂ ଷ୍ଟୋରେଜ ସହିତ ସ୍ନାପଡ୍ରାଗନ ୪୨୯ଚିପସେଟ୍‍ ର ଫିଚର ମିଳିବ। ଏହାର କ୍ୟାମେରା ବିଷୟରେ କହିଲେ ଏଥିରେ ଅଟୋଫୋକସ ଏବଂ ଏଲଇଡି ଫ୍ଲାସ ସହିତ ସିଙ୍ଗଲ ୧୩ମେଗାପିକ୍ସେଲର କ୍ୟାମେରା ମିଳିବ। ଏହାର ଆଗପଟେ ଏଫଓ ଅନଲକ ସହିତ ୫ମେଗାପିକ୍ସେଲର କ୍ୟାମରୋ ପାଇପାରିବେ। ଏଥିରେ ୪ହଜାର ଏମ୍‍ଏଚର ବ୍ୟାଟେରୀ, ଆଣ୍ଡ୍ରଏଡ ୯.୦ପାଇ, ଏଫଏମ୍‍ ରେଡିଓ ଏବଂ ଖାସ ଗୁଗୁଲ ଆସିଷ୍ଟାଣ୍ଟ ବଟନ ଦିଆଯାଇଛି। ଏହାର ୧୬ଜିବି ମଡେଲର ମୂଲ୍ୟ ୯ହଜାର ୯୦୦ଟଙ୍କା ଏବଂ ୩୨ଜିବ ମଡେଲର ମୂଲ୍ୟ ୧୨ହଜାର ଟଙ୍କା।

courtesy-digit

ନୋକିଆ ୱାନପ୍ଲସରେ ୯୬୦/୪୮୦ପିକ୍ସଲ ରିଜୋଲ୍ୟୁସନ ଥିବା ୫.୪୫ଇଞ୍ଚର ଡିସପ୍ଲେ ମିଳିିବ। ଫୋନରେ ମେଡିଆଟେକ ଏମ୍‍ଟି୬୭୩୯ପ୍ରୋସେସର ସହିତ ପାୱାର ଭିଆର ଜିଇ୮୧୦୦ଜିପିୟୁ ରହିଛି। ଫୋନରେ ୧ଜିବି ରାମ ସହିତ ୮ଜିବିର ଷ୍ଟୋରେଜ ଏବଂ ପଛପଟେ ଅଟୋଫୋକସ ଏଳଇଡି ଫ୍ଲାସ ସହିତ ୫ମେଗାପିକ୍ସେଲର କ୍ୟାମେରା ମିଳିବ। ଫୋନରେ ଆଣ୍ଡ୍ରଏଡ ଗୋ ସହିତ ଆଣ୍ଡ୍ରଏଡ ୯.୦ପାଇ ଓଏସ ମିଳିବ। ଫୋନର ୧ଜିବି ମଡେଲର ମୂଲ୍ୟ ୬୪୦୦ଟଙ୍କା ଏବଂ ୧୬ଜିବି ମଡେଲର ମୂଲ୍ୟ ୭ହଜାର ୧୦୦ଟଙ୍କା।

courtesy-liliputing

ନୋକିଆ ୨୧୦ରେ ୩୨୦/୨୪୦ରିଜୋଲ୍ୟୁସନ ଥିବା ୨.୪ଇଞ୍ଚର ସ୍କ୍ରିନ ଏବଂ ପଛପଟେ ଏଲଇଡି ଫ୍ଲାସ ସହିତ ବିଜିଏ କ୍ୟାମେରା ମିଳିବ। ଏହା ସପ୍ଟଓୟାରରେ ଚାଲିବ ଯେଉଁଥିରେ ଅପେରାମିନି ବ୍ରାଉଜର, ଫେସବୁକ୍‍ ଏବଂ କ୍ଲାସିକ ସ୍ନାକ ଗେମ ମିଳିବ। ଏହାର ମୂଲ୍ୟ ପାଖାପାଖି ୨ହଜାର ୫୦୦ଟଙ୍କା ହେବ।

Leave A Reply