ଅର୍ଶଳାରେ ପ୍ରସ୍ତାବିତ ମଦ ଦୋକାନକୁ ମୁସଲମାନ ସମ୍ପ୍ରଦାୟର ବିରୋଧ

କେନ୍ଦୁଝରଗଡ :  ଯୋଡା ବ୍ଲକ ଅଧିନ ରୋଇଡା ଠାରେ କାର୍ଯ୍ୟକ୍ଷମ ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ଝୁମ୍ପୁରା ବ୍ଲକ ଅର୍ଶଳାରେ ପ୍ରସ୍ତାବିତ ନୂତନ ମଦ ଦୋକାନ ଖୋଲିବାକୁ ଜିଲା ଅବକାରୀ ବିଭାଗ ପକ୍ଷରୁ ପଞ୍ଚାୟତକୁ ଚିଠି ହେବାପରେ ଏହାକୁ ନେଇ ସ୍ଥାନୀୟ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅର୍ଶଳା ଠାରେ ନୂତନ ଭାବେ ଏକ ମଦ ଦୋକାନ  କାର୍ଯ୍ୟକ୍ଷମ ନେଇ ଜିଲା ଅବକାରୀ ବିଭାଗ ପକ୍ଷରୁ ଅର୍ଶଳା ପଞ୍ଚାୟତକୁ ଚଳିତମାସ ୧ ତାରିଖ ଚିଠି ପହଞ୍ଚିବା ପରେ ସରପଞ୍ଚ ହେମଲତା ନାଏକଙ୍କ ଅଧ୍ୟକ୍ଷତାରେ ତୁରନ୍ତ ଏକ ବୈଠକ ଅନୁଷ୍ଠିତ ହୋଇ କୌଣସି ପରିସ୍ଥିତିରେ ନୂତନ ମଦ ଦୋକାନ କାର୍ଯ୍ୟକ୍ଷମ କରିବାକୁ ଦିଆଯିବ ନାହିଁ ବୋଲି ପ୍ରସ୍ତାବ ଗୃହୀତ ହୋଇ ତହିଁ ପରଦିନ ଅର୍ଥାତ୍‌ ୬ ତାରିଖ ପଞ୍ଚାୟତବାସୀ ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀରେ ଜିଲାପାଳଙ୍କୁ ଭେଟି ପ୍ରସ୍ତାବିତ ମଦ ଦୋକାନ କାର୍ଯ୍ୟକ୍ଷମକୁ ତୀବ୍ର ବିରୋଧ କରିଥିଲେ। ପ୍ରସ୍ତାବିତ ମଦ ଦୋକାନ ଠାରୁ ମାତ୍ର ୧ କି.ମି. ଦୂର ଝୁମ୍ପୁରା ମୁଖ୍ୟ ବଜାର ଉପରେ ଏକ ବିଦେଶୀ ମଦ ଦୋକାନ କାର୍ଯ୍ୟକ୍ଷମ ଥିବାବେଳେ ପୁଣିଥରେ ଅର୍ଶଳା ଠାରେ ଏକ ନୂତନ ମଦ ଦୋକାନ କାର୍ଯ୍ୟକ୍ଷମ ହେଲେ ଚୋରି, ଡକାୟତି, ଦୁର୍ଘଟଣା ବୃଦ୍ଧି ସହ ଅସାମାଜିକ କାର୍ଯ୍ୟକଳାପ ବହୁ ମାତ୍ରାରେ ବୃଦ୍ଧି ଆଶଙ୍କା ଥିବା ଦର୍ଶାଇ ଅର୍ଶଳା ପଞ୍ଚାୟତ ୪ନଂ ୱାର୍ଡ ମୁସଲମାନ ସାହିର ଯୁବକ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଅଭିଯୋଗ କରିବା ସହ ଜିଲା ଅବକାରୀ ଅଧିକ୍ଷକଙ୍କୁ ମଧ୍ୟ ଏହି ମର୍ମରେ ଲିଖିତ ଭାବେ ନିବେଦନ କରିଛନ୍ତି।

 

Comments are closed.