www.samajalive.in
Sunday, December 7, 2025
26.1 C
Bhubaneswar

ଆପଣଙ୍କ ବିଷୟରେ ବହୁତ କିଛି ଜଣାଇଥାଏ ଆପଣଙ୍କ ମନପସନ୍ଦର ଗୀତ

ସାଧାରଣତଃ ସମସ୍ତେ ନିଜ ପସନ୍ଦର ଗୀତ ଶୁଣିବାକୁ ଭଲ ପାଇଥାଆନ୍ତି। ଗୀତ ଶୁଣିବା ଦ୍ୱାରା ମନ ତାଜା ରହିଥାଏ, ଏହାସହ ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ ଜଣାଇଥାଏ। ବିଶ୍ୱାସ କରିବା ସହଜ ନହେଲେ ମଧ୍ୟ ଏହା ସତ। ଏହି ତଥ୍ୟ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।
ବ୍ରିଟେନ୍‍ରେ ହୋଇଥିôବା ଏକ ଗବେଷଣାରୁ ଜଣାପଡ଼ିଛି, ସରଳ ଓ ମନକୁ ଶାନ୍ତି ଦେଉଥିବା ଗୀତ ଶୁଣୁଥିବା ବ୍ୟକ୍ତି ସାଧାରଣତଃ ମେଳାପୀ ବା ବନ୍ଧୁପ୍ରିୟ ସ୍ୱଭାବର ହୋଇଥାଆନ୍ତି। ଏହାସହ ଗୀତିନାଟ୍ୟ ଆଦି ପସନ୍ଦ କରୁଥିବା ବ୍ୟକ୍ତି ଅଧିକ କଳ୍ପନାଶୀଳ ହୋଇଥାଆନ୍ତି। ଗବେଷକମାନେ କହିଛନ୍ତି ଯେ ଲୋକମାନଙ୍କ ସଙ୍ଗୀତର ପସନ୍ଦ ଅନୁସାରେ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ସଠିକ୍‍ ଅନୁମାନ ଲଗାଯାଇପାରିବ। ୨୦,୦୦୦ ଲୋକଙ୍କୁ ନେଇ କରାଯାଇଥିବା ଏହି ଅନ୍‍ଲାଇନ୍‍ ଗବେଷଣାରେ ୨୨ ବର୍ଷ ରୁ ଊର୍ଦ୍ଧ୍ବ ବୟସର ଲୋକମାନଙ୍କୁ ସାମିଲ କରାଯାଇଥିଲା। ଏହି ଗବେଷଣାରେ ୨୫ ଶ୍ରେଣୀର ସଙ୍ଗୀତ ପରିବେଶଣ କରାଯାଇଥିଲା। ଏଥିରେ ଦେଖାଗଲା ଯେ ମେଳାପୀ ଓ ଶକ୍ତିଶାଳୀ ଲୋକମାନେ ସରଳ, ଆରାମଦାୟକ ଗୀତ ଶୁଣିବାକୁ ପସନ୍ଦ କଲେ। ସଙ୍ଗୀତରେ ପସନ୍ଦ ଓ ବ୍ୟକ୍ତିତ୍ୱର ସମ୍ପର୍କ ଉପରେ ଆମ ଦେଶରେ ମଧ୍ୟ ବହୁତ ଲୋକ ଟିପ୍ପଣୀ ଦେଇଥାଆନ୍ତି। ଏହି ଗବେଷଣା ବିଷୟରେ ‘ନ୍ୟୁୟର୍କ ଏକାଡ଼େମୀ ଅଫ୍‍ ସାଇନ୍‍ସେଜ୍‍’ ର ପୁସ୍ତକ ‘ଏନ୍ନଲ୍ସ’ ରେ ପ୍ରକାଶିତ ହୋଇଥିଲା।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories