www.samajalive.in
Friday, December 12, 2025
19.1 C
Bhubaneswar

ମସଲା ଛତୁ

ଆବଶ୍ୟକ ସାମଗ୍ରୀ
ଛତୁ – ୪୦୦ ଗ୍ରାମ
ତେଲ – ୬ରୁ ୭ ଚାମଚ
କଟା ଆଳୁ – ୨ଟି
କଟା ପିଆଜ – ୨ଟି
କଟା ଟମାଟୋ – ୨ଟି
ଅଦା,ରସୁଣ ବଟା -୨ ଚାମଚ
କଟା ଧନିଆ ପତ୍ର
ଲୁଣ – ଆବଶ୍ୟକ ଅନୁଯାୟୀ
ଜିରା ଗୁଣ୍ଡ
ଧନିଆ ଗୁଣ୍ଡ
ଗରମ ମସଲା
ଅଳ୍ପ ତେନ୍ତୁଳି ରସ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ କଡ଼େଇ ଗରମ କରନ୍ତୁ। ଏବେ ଏଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଏଥିରେ ଛତୁ ପକାଇ ହଳଦୀ ,ସାମାନ୍ୟ ଲୁଣ ପକାନ୍ତୁ। ଛତୁରୁ ପାଣି ବାହାରିବା ପରେ ଏହି ପାଣିକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପାଣି କାଢିବା ପରେ ଆଉ କିଛି ସମୟ ଛତୁ ଭାଜନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ।କଡ଼େଇରେ ପୁଣି ତେଲ ପକାଇ ଏଥିରେ ଆଳୁ ଭାଜନ୍ତୁ। କିଛି ସମୟ ଭାଜି ଏକ ପାତ୍ରକୁ କାଢି ଦିଅନ୍ତୁ। ଏହା ପରେ କଡ଼େଇରେ ଆଉ କିଛି ତେଲ ପକାଇ ଫୁଟଣ , ପିଆଜ ପକାନ୍ତୁ। ପିଆଜ ଭାଜି ହେବା ପରେ ଏଥିରେ ଟମାଟୋ, ଅଦା ରସୁଣ ବଟା ,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଅଳ୍ପ ଲୁଣ ପକାଇ ଭଲ ଭାବେ କଷନ୍ତୁ। କଷି ହେବା ପରେ ଏଥିରେ ଭଜା ହୋଇ ରହିଥିବା ଆଳୁ ଓ ଛତୁ ପକାଇ ପାଣି ଅଳ୍ପ ଦେଇ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ଫୁଟିବା ପରେ ଏଥିରେ ଜିରା ଗୁଣ୍ଡ,ଧନିଆ ଗୁଣ୍ଡ,ଗରମ ମସଲା ପକାନ୍ତୁ। କିଛି ସମୟ ପରେ ଏଥିରେ ସାମାନ୍ୟ ତେନ୍ତୁଳି ରସ ପକାଇ ୧ ମିନିଟ ଫୁଟାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ଛତୁ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories