www.samajalive.in
Friday, December 12, 2025
19.1 C
Bhubaneswar

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ଉପାୟ

ଭଗବାନ ଶିବ ନିଜ ଭକ୍ତଙ୍କ ଉପରେ ଶୀଘ୍ର ପ୍ରସନ୍ନ ହୋଇ ବର ଦେଇଥାନ୍ତି ବୋଲି ତାଙ୍କୁ ଭୋଳାନାଥ କୁହାଯାଇଥାଏ। ଶ୍ରାବଣ ମାସରେ ଶିବଙ୍କୁ ଖୁସି କରିବାର ଭଲ ମାସ ବୋଲି କୁହାଯାଇଥାଏ। କୁହାଯାଇଥାଏ ଯେ ଏହି ମାସରେ ଭଗବାନ ଶିବ ପୃଥିବୀରେ ଭକ୍ତଙ୍କ ମଧ୍ୟରେ ବାସ କରିଥାନ୍ତି। ଏହି କାରଣରୁ ସେ ଭକ୍ତଙ୍କ ଉପରେ ଶୀଘ୍ର ଖୁସି ହୋଇ ବର ପ୍ରଦାନ କରିଥାନ୍ତି।
ଦେବୀ ପାର୍ବତୀ ମଧ୍ୟ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରି ବିବାହ କରିଥିଲେ। ଶିବଙ୍କ କୃପା ଲାଭ କରିବା ପାଇଁ କେତୋଟି ମୁଖ୍ୟ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ।ଶ୍ରାବଣ ମାସରେ ସୂର୍ଯ୍ୟାଦୋୟ ପୂର୍ବରୁ ଉଠି ଭଗବାନ ଶିବଙ୍କୁ ଧ୍ୟାନ କରନ୍ତୁ। ନିୟମିତ ଭାବରେ ଶିବଲିଙ୍ଗରେ ଜଳାଭିଷେକ କରନ୍ତୁ। ପୁରାଣ ଅନୁସାରେ ଅନ୍ୟ ମାସ ଅପେକ୍ଷା ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢାଳିବା ଦ୍ୱାରା ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି।
ଶ୍ରାବଣ ମାସ ସୋମବାର ଦିନ ବ୍ରତ ରଖିବା ଉଚିତ। ଯଦି ନିର୍ଜଳା ବ୍ରତ ରଖି ପାରି ନାହାନ୍ତି ତେବେ ଫଳ ଖାଇ ବ୍ରତ ରଖି ପାରିବେ। ଶ୍ରାବଣ ମାସରେ ଶିବ ପୁରାଣ ପାଠ କରନ୍ତୁ। ପୁରାଣରେ କୁହାଯାଇଛି ଯେ ଶ୍ରାବଣ ମାସରେ ଶିବ ପୁରାଣ ପାଠ କରୁଥିବା ବ୍ୟକ୍ତି ଓ ଶୁଣୁଥିବା ବ୍ୟକ୍ତି ଉଭୟ ମୃତ୍ୟୁ ପରେ ମୁକ୍ତି ପାଇଯାଆନ୍ତି।

ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ସର୍ବଦା ବେଲ ପତ୍ର ଚଢାନ୍ତୁ। ଏହା ସହ ଅରଖ ଫୁଲ ମଧ୍ୟ ଚଢାଇବା ଉଚିତ।
ଯେକୌଣସି ମନ୍ଦିରକୁ ଯାଇ ତମ୍ବାର ନାଗ ଶିବଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା କାଳସର୍ପ ଯୋଗ, ରାହୁ ଓ କେତୁଙ୍କ ଅଶୁଭ ଦୃଷ୍ଟିର ପ୍ରଭାବ କମ ହୋଇଯାଇଥାଏ।
ମାଟିରେ ଶିବ ଲିଙ୍ଗ ପ୍ରସ୍ତୁତ କରି ନିୟମିତ ଭାବେ ପୂଜା କରନ୍ତୁ। କ୍ଷୀର ଓ ଜଳ ଅଭିଷେକ କରନ୍ତୁ। ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କ ଆଳତି କରି ପୂଜା କରନ୍ତୁ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories