ଟରେଣ୍ଟୋ : କାନାଡାର ଟରେଣ୍ଟୋ ସହର ନିକଟସ୍ଥ ଗ୍ରୀକ୍ ଟାଉନର ଏକ ହୋଟେଲ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିମାଡରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୧୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। ସ୍ଥାନୀୟ ସାମ୍ବାଦିକ ଡେଭିଡ୍ ନିଜର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିବା ଅଜଣା ବ୍ୟକ୍ତି ଜଣକ ଗୁଳିଚାଳନା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।
ପୁଲିସର କହିବା ମୁତାବକ ଗ୍ରୀକ ଟାଉନସ୍ଥିତ ଏକ ହୋଟେଲ ନିକଟରୁ ଫୋନ ଆସିବାପରେ ସେମାନେ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପାଖାପାଖି୨୫ଟି ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ସମସ୍ତ ଆହତ ଲୋକମାନେ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତ ମାନଙ୍କ ଅବସ୍ଥା ଜଟିଳ ଥିବା ଜଣାପଡିଛି।
ଟରେଣ୍ଟୋରେ ଗୁଳିମାଡ ; ୨ ମୃତ, ୧୩ରୁ ଅଧିକ ଆହତ
Popular Categories



