www.samajalive.in
Friday, December 12, 2025
19.1 C
Bhubaneswar

ମୋର ଦ୍ୱିତୀୟ ବିବାହ ବଡ଼ ଭୁଲ୍‍: ଇମ୍ରାନ

ଇସଲାମାବାଦ : ନିଜର ଦ୍ୱିତୀୟ ବିବାହକୁ ନେଇ ସମାଲୋଚନାର ଶରବ୍ୟ ହୋଇ ଆସୁଥିବା ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପାକିସ୍ତାନ ତେହରିକ ଇ ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାଁ ମୁହଁ ଖୋଲିଛନ୍ତି। ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ଇମ୍ରାନଙ୍କ ଦ୍ୱିତୀୟ ବିବାହ ତଥା ଅନେକ ଅବୈଧ ସନ୍ତାନକୁ ନେଇ ଅଡୁଆରେ ପଡିଛନ୍ତି। ଇମ୍ରାନଙ୍କ ଏପରି ଅନୈତିକ କାର୍ଯ୍ୟ ସମ୍ପର୍କରେ ତାଙ୍କ ଦ୍ୱିତୀୟ ପତ୍ନୀ ରେହମା ଖାଁ ଏକ ପୁସ୍ତକରେ ଲେଖିଛନ୍ତି। ନିର୍ବାଚନ ପୂର୍ବରୁ ନିଜର ଭାବମୂର୍ତ୍ତି ବଜାୟ ରଖିବା ପାଇଁ ଇମ୍ରାନ ତାଙ୍କ ଦ୍ୱିତୀୟ ବିବାହ ବାବଦରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଦ୍ୱିତୀୟ ବିବାହ ବଡ ଭୁଲ୍‍ ଥିଲା। ଇମ୍ରାନ କହିଛନ୍ତି ଯେ ‘ ମୁଁ ମୋର ବ୍ୟକ୍ତିଗତ ବ୍ୟାପାରକୁ ସବୁବେଳେ ଗୋପନରେ ରଖିଥାଏ। ମାତ୍ର ପ୍ରଥମ କରି ମୋର ବ୍ୟକ୍ତିଗତ ଜୀବନ ପଦାକୁ ଆସିଛି। ମୁଁ ମୋ ଜୀବନରେ କେତେକ ଭୁଲ୍‍ କରିଛି। ଏହା ମଧ୍ୟରେ ଦ୍ୱିତୀୟ ବିବାହ ସବୁଠାରୁ ବଡ ଭୁଲ୍‍।’ ଇମ୍ରାନ ବିବିସି ନ୍ୟୁଜ୍‍ ଉପସ୍ଥାପିକା ତଥା ବ୍ରିଟେନ ନାଗରିକ ରେହମା ଖାଁକୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିଥଙ୍କୁ ଛାଡପତ୍ର ଦେବାର ୧୦ମାସ ପୂର୍ବରୁ ସେ ରେହମାଙ୍କୁ ବିବାହ କରିଥିଲେ। ଜେମିମା ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ଇମ୍ରାନଙ୍କ ପତ୍ନୀ ଥିଲେ। ଇମ୍ରାନ ବୁଶ୍ରା ମାନେକାଙ୍କୁ ତୃତୀୟ ବିବାହ କରିଛନ୍ତି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories