ଜାତୀୟ ପୁଷ୍ଟି ମାସ ପାଳନ

ମୁରିବାହାଲ: ମୁରିବାହାଲ ବ୍ଲକ ହଲଦୀ ଗ୍ରାମପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଜାତୀୟ ପୁଷ୍ଟିମାସ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରିଣୀ ସରସ୍ୱତୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ବିନୋଦିନୀ ପଧାନ ଯୋଗଦେଇ ପୁଷ୍ଟି ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୋପୀନାଥ ପାଣିଗ୍ରାହୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ବେହେରା, ପ୍ରୋଗ୍ରାମ ଅଧିକାରୀ ଭଗବତୀ ଗୁରୁ, ଡିପିଏ ଶିବାନୀ ଠାକୁର ପ୍ରମୁଖ ଯୋଗଦେଇ ଉପସ୍ଥିତ ମହିଳା ମାନଙ୍କୁ କାର୍ୟ୍ୟକ୍ରମ ସମ୍ବନ୍ଧୀୟ ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ପ୍ରାୟ ୨୦୦ ରୁ ୨୫୦ ମହିଲା ଯୋଗଦେଇଥିବା ବେଳେ ବ୍ଲକର ସମସ୍ତ ସୁପରଭାଇଜର ଓ ଅନ୍ୟ କର୍ମଚାରୀ ମାନେ ଯୋଗଦେଇଥିଲେ।

Comments are closed.