www.samajalive.in
Monday, December 15, 2025
15.1 C
Bhubaneswar

ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ୱାମୀଜୀଙ୍କୁ ହତ୍ୟା ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି

ତୁମୁଡିବନ୍ଧ: କନ୍ଧମାଳ ଜିଲା ତୁମୁଡିବନ୍ଧର ଜଲେଶପଟ୍ଟାସ୍ଥିତ ସଂସ୍କୃତ କନ୍ୟାଶ୍ରମକୁ ଆଜି ପୁଣି ମାଓବାଦୀଙ୍କ ନାମରେ ଧମକ ମିଳିଛି। ଆଜି ଅପରାହ୍ନ ୫ ଘଣ୍ଟା ତିରିଶ ମିନିଟ ସମୟରେ ଫୋନ ନମ୍ବର ୯୧୭୮୨୪୬୬୬୩ରୁ କନ୍ୟାଶ୍ରମ ପରିଚାଳନା ଦାୟିତ୍ୱରେ ଥିବା ବ୍ରହ୍ମଚାରୀ ଜୀବନ ଚୈତନ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦଙ୍କ ମାବାଇଲ ନମ୍ବରକୁ ଏକ ଫୋନ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ହିନ୍ଦୀ ଭାଷାରେ ମୁଁ ଜଣେ ନକ୍ସଲ କହୁଛି ବୋଲି କହି ତୁମକୁ ଏବଂ କନ୍ୟାଶ୍ରମକୁ ଚାରିଦିନ ଭିତରେ ଉଡ଼େଇ ଦିଆଯିବ ବୋଲି ଧମକ ଦେଇଥିବା ସ୍ୱାମୀ ଜୀବନମୁକ୍ତାନନ୍ଦଜୀ ଗଣମାଧ୍ୟମକୁ କହିବା ସହ ତୁମୁଡିବନ୍ଧ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବାଶଙ୍କର ସରାଫ ଏତଲାକୁ ଗ୍ରହଣ କରି ଜଲେଶପଟ୍ଟା ଆଶ୍ରମକୁ ସ୍ଥିତି ପରଖିବାକୁ ସଦଳବଳେ ଯାଇଛନ୍ତି। ଏତଲା ଅନୁଯାୟୀ କେସ୍‍ ନଂ ୧୧/୨୧ ମାମଲା ରୁଜୁ କରି ଘଟଣାର ଛାନଭିନ କରୁଛନ୍ତି।

ଏୟାରଟେଲ ଟେଲିକମ କମ୍ପାନୀର ଏହି ନମ୍ବରର ସିମ କାର୍ଡଟି ଓଡ଼ିଶାର ନୋମିତା ଏନ ପି ନାମକ ବ୍ୟକ୍ତିଙ୍କ ନାମରେ ଥିବା ଜଣାପଡୁଥିଲେ ମଧ୍ୟ ପ୍ରକୃତରେ କାହା ନାମରେ ପଂଜିକୃତ ହୋଇଛି ତାହା ଏବେ ପୁଲିସ ଅନୁସନ୍ଧାନ କରୁଛି। ତେବେ ସେହି ନମ୍ବରରୁ ଧମକପୂର୍ଣ କଲ ଆସିବା ପରେ ତାହା ଏବେ ଅପହଞ୍ଚ ଦୂରରେ ଥିବା ସୂଚାଉଛି।

- Advertisement -

୨୦୦୮ମସିହା ଅଗଷ୍ଟ ମାସ ୨୮ ତାରିଖ ଜନ୍ମାଷ୍ଟମୀ ଦିନ ଏଭଳି ଧମକ ପରେ ସ୍ୱାମୀ ଲକ୍ଷ୍ମଣକ୍ଷନନ୍ଦ ସରସ୍ବତୀ ଏବଂ ତାଙ୍କ ଚାରିଜଣ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାପରେ ସମଗ୍ର କନ୍ଧମାଳ ଜିଲାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଆଜିବି ଜାତୀୟ ଇତିହାସରେ କନ୍ଧମାଳ ଦଙ୍ଗା ଭାବେ ପରିଚିତ ହୋଇ ରହିଛି। ଏହା ଫଳରେ ଜିଲାବାସୀଙ୍କର ନାହିଁ ନଥିବା କ୍ଷତି ହୋଇଥିଲା। କନ୍ଧମାଳ ଜିଲାର ସାମାଜିକ, ଅର୍ଥନୈତିକ ଏବଂ ଭୌଗୋଳିକ ଚିତ୍ର ସମ୍ପୂଣ୍ଣ ବଦଳି ଯାଇଥିଲା। ଇତିହାସକୁ ମନେ ପକାଇ ବର୍ତ୍ତମାନ ସ୍ୱାମୀ ଜୀବନମୁକ୍ତାନନ୍ଦ ଜୀଙ୍କ ଅଭିଯୋଗକୁ ଗୁରୁତ୍ୱ ସହ ଗ୍ରହଣ କରି ତୁମୁଡିବନ୍ଧ ପୁଲିସ ମାମଲା ତଦନ୍ତକୁ ଜୋରଦାର ସହ କଡ଼ା ସୁରକ୍ଷା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories