www.samajalive.in
Saturday, December 6, 2025
26.1 C
Bhubaneswar

ରାଜଧାନୀରେ ଚାଞ୍ଚଲ୍ୟ: ନିଶା ଦେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ଡେଲଟା ଛକ ରେଙ୍ଗାଲି ବସ୍ତିର ଦୀପକ ସାହୁ ବୋଲି ଜଣାପଡିଛି। ସୋମବାର ସକାଳୁ ସେ କୌଣସି କାମରେ କିଛି ଯୁବକଙ୍କ ସହ ବାହାରକୁ ଯାଇଥିଲେ। ହେଲେ ଦିନ ପ୍ରାୟ ୨ଟା ବେଳକୁ ସାଙ୍ଗମାନେ ତାଙ୍କୁ ଅଚେତ ଅବସ୍ଥାରେ ଘରକୁ ଆଣିଥିଲେ। ଏବଂ ଅତ୍ୟଧିକ ବ୍ରାଉନ ସୁଗାର ଖାଇଥିବାରୁ ସେ ଅଚେତ ହୋଇଯାଇଥିବା ସାଙ୍ଗମାନେ ଦୀପକଙ୍କ ଘର ଲୋକଙ୍କୁ କହିଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୀପକଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ତାଙ୍କ ମାଆ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories