www.samajalive.in
Saturday, December 6, 2025
19.1 C
Bhubaneswar

ଗର୍ଭପାତ ସମ୍ବନ୍ଧରେ ମହିଳାମାନଙ୍କୁ ମିଳିଲା ସାମ୍ବିଧାନିକ ଅଧିକାର; ଐତିହାସିକ ନିଷ୍ପତି ନେଇ ଫ୍ରାନ୍ସ ହେଲା ବିଶ୍ୱର ପ୍ରଥମ ଦେଶ

ନୂଆଦିଲ୍ଲୀ: ମହିଳାଙ୍କା ନେଇ ଫ୍ରାନ୍ସ ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ଫ୍ରାନ୍ସରେ ମହିଳାମାନେ ଗର୍ଭପାତ ପାଇଁ ସାମ୍ବିଧାନିକ ଅଧିକାର ପାଇଛନ୍ତି । ଏହି ନିଷ୍ପତି ଦ୍ୱାରା ଫ୍ରାନ୍ସ ଦୁନିଆର ପ୍ରଥମ ଦେଶ ହୋଇଛି, ଯେଉଁଠାରେ ଗର୍ଭପାତ ଆଇନଗତ ଭାବେ ବିବେଚନା କରାଯିବ । ଏହି ଐତିହାସିକ ନିଷ୍ପତି ସୋମବାର ଦିନ ଫ୍ରାନ୍ସର ସଂସଦରେ ନିଆଯାଇଥିଲା । ୧୯୫୮ର ସମ୍ବିଧାନକୁ ସଂଶୋଧନ କରି ଫ୍ରାନ୍ସ ସରକାର ମହିଳାମାନଙ୍କର ସ୍ୱାଧୀନତା ଏବଂ ଅଧିକାରକୁ ସମ୍ମାନ ଦେଇଛନ୍ତି । ସୂଚନା ଅନୁଯାୟୀ ଏହି ସଂଶୋଧନ ଫ୍ରାନ୍ସର ସମ୍ବିଧାନର ୨୫ତମ ସଂଶୋଧନ ଥିଲା । ୨୦୦୮ ପରେ ଦେଶର ସମ୍ବିଧାନରେ ଏହା ହେଉଛି ପ୍ରଥମ ସଂଶୋଧନ । ଫ୍ରାନ୍ସର ମହିଳାମାନେ ଏହି ଅଧିକାର ପାଇବାକୁ ବହୁ ବର୍ଷ ଧରି ଦାବି କରିଆସୁଥିଲେ ।
ମହିଳାଙ୍କୁ ଏହି ଅଧିକାର ପ୍ରଦାନ ପୂର୍ବରୁ ଫ୍ରାନ୍ସ ସରକାର ଦେଶରେ ଏକ ସର୍ଭେ କରିଥିଲେ । ଯେଉଁଥିରେ ୮୫ ପ୍ରତିଶତ ଲୋକ ଏହି ଆଇନ ଆଣିବାକୁ ସମର୍ଥନ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗେବ୍ରିୟଲ୍‍ ଅଟଲ କହିଛନ୍ତି ଯେ ବିଶ୍ୱରେ ଏକ ନୂତନ ଯୁଗର ଆରମ୍ଭ ହେଉଛି । ସେପଟେ ଦକ୍ଷିଣ ଫ୍ରାନ୍ସରେ ଏହି ଆଇନକୁ ଜୋରଦାର ବିରୋଧ କରାଯାଇଛି । ପ୍ରବଳ ବିରୋଧ ସତ୍ୱେ ଏହି ଆଇନ ପ୍ରସ୍ତୁତ ହୋଇଛି । ବିରୋଧୀ ଦଳର ସାଂସଦ ମାନେ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ଇମାନୁଏଲ୍‍ ମାକ୍ରୋନ୍‍ ନିର୍ବାଚନ ଉର୍ଦ୍ଦେଶ୍ୟରେ ସମ୍ବିଧାନକୁ ବ୍ୟବହାର କରୁଛନ୍ତି । ସେପଟେ ବିରୋଧୀ ଦଳ କହିଛି ଯେ ଆଇନ ସଂଶୋଧନ ଭୁଲ ନୁହେଁ କିନ୍ତୁ ଏହାର କୌଣସି ଆବଶ୍ୟକତା ନଥିଲା ।
ଫ୍ରାନ୍ସରେ ଗର୍ଭପାତ ଆଇନ ୧୯୭୫ ପରଠାରୁ ରହିଆସିଛି । ସେବେଠାରୁ ଏହି ଆଇନକୁ ୯ଥର ସଂଶୋଧନ କରାଯାଇଛି । ମହିଳାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଏହାକୁ ପରିବର୍ତ୍ତନ କରାଯାଇଛି । ଯାହାଦ୍ୱାରା ମହିଳାମାନେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଫ୍ରାନ୍ସର ସାମ୍ବିଧାନିକ ପରିଷଦ ଏହି ଆଇନ ଉପରେ କେବେ କୌଣସି ପ୍ରଶ୍ନ ଉଠାଇ ନଥିଲା । ଏବେ ମହିଳାଙ୍କୁ ସାମ୍ବାଧାନିକ ଅଧିକାର ମିଳିବା ପରେ ଅନେକ ଲୋକ ଏହାକୁ ଖୋଲାଖୋଲି ସମର୍ଥନ କରିବା ସହ ସ୍ୱାଗତ କରିଛନ୍ତି । ବିଶ୍ୱ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବୋଲି ଫ୍ରାନ୍ସ କହିଛି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories