www.samajalive.in
Saturday, December 6, 2025
14.1 C
Bhubaneswar

ମୋବାଇଲ ପାଇଁ ହତ୍ୟା ! ଅଭିଯୁକ୍ତ ଫେରାର୍

ସମ୍ବଲପୁର: ମୋବାଇଲ ପାଇଁ ହତ୍ୟା । ଜଣେ କବାଡି ବାଲାଙ୍କର ମୋବାଇଲ ଲୁଟ୍ ପାଇଁ ବିଭତ୍ସ ହତ୍ୟା ହୋଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଗତ ୭ ତାରିଖ ଦିନ ମହମ୍ମଦ ଫିରୋଜଙ୍କୁ କିଛି ଯୁବକ କବାଡି ସମାଗ୍ରୀ ଥିବା ନେଇ ଫୋନରେ ଜଣାଇଥିଲେ। ଏବଂ ତାଙ୍କୁ କର୍ତ୍ତବାଗା ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲକୁ ଡାକିଥିଲେ। ଏବଂ ପୂର୍ବ ଯୋଜନା ମୂତାବକ ଦୁଇ ଅଭିଯୁକ୍ତ ଫିରୋଜଙ୍କୁ ଏକ ବାଡିରେ ପ୍ରବଳ ମାଡ ମାରିଥିଲେ। ସେଠୁ ଦୌଡି ଯିବାକୁ ଚେଷ୍ଠା କରିବା ବେଳେ ଫିରୋଜ ଏକ ଗାତରେ ପଡି ଯାଇଥିଲେ।  ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ହତ୍ୟା କରିବା ପରେ ପାଖରେ ପୋତି ଦେଇଥିଲେ। ଫିରୋଜଙ୍କ ମୋବାଇଲ ନେଇ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ପୁଲିସ ଫିରୋଜଙ୍କ କଲ ଡିଟେଲ୍ସ ରେକର୍ଡ ଯାଂଚ ପରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପରେ ପୁରା ମାମଲା ସାମ୍ନାକୁ ଆସିଛି। ପୁଲିସ୍ ମୃତଦେହକୁ ଉଦ୍ଧାର କରିବା​‌ ସହ ଅଧିକ ତଦନ୍ତ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories