www.samajalive.in
Monday, December 15, 2025
14.1 C
Bhubaneswar

ଉନ୍ନାଓ ମାମଲା: ସଡ଼କ ଦୁର୍ଘଟଣାର ସାକ୍ଷୀ ଓ ପୀଡ଼ିତାଙ୍କ ଦାଦାଙ୍କୁ ଜାମିନରେ ଆଣିଥିବା ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଉନ୍ନାଓ ଗଣବଳାତ୍କାର ମାମଲାର ପୀଡ଼ିତାଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା ଉଦମ୍ୟ ଘଟଣାର ସାକ୍ଷୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ପୀଡ଼ିତାଙ୍କ ଦାଦାଙ୍କୁ ଜାମିନରେ ଆଣିଥିବା ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ସୌଭାଗ୍ୟବଶତଃ ସେମାନେ ଏଥିରୁ ବର୍ତ୍ତି ଯାଇଛନ୍ତି।

ଗତ ଜୁଲାଇ ୨୮ରେ ହୋଇଥିବା ଦୁର୍ଘଟଣାର ସାକ୍ଷୀ ଥିବା ନବାବଗଞ୍ଜର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅବଧେଶ ପ୍ରତାପ ସିଂହ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି। ସେ ଲକ୍ଷ୍ନୌ-କାନପୁର ଜାତୀୟ ରାଜପଥରେ କାରରେ ଯାଉଥିବାବେଳେ ଅଜଗୈନ ଅଞ୍ଚଳର ଏକ ଢାବା ନିକଟରେ ତାଙ୍କ ଗାଡ଼ିକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଏହା ପରେ ତାଙ୍କ କାର ଡିଭାଇରରେ ଫଶିଯାଇଥିଲା। ପ୍ରଥମ ଥର ଧକ୍କା ଦେବା ପରେ ଉକ୍ତ ଟ୍ରକଟି ପୁଣି ଥରେ ତାଙ୍କ ଗାଡ଼ିକୁ ଧକ୍କା ଦେଇ ମାରିବାକୁ ଉଦ୍ୟମ କରିଥିଲା। କୌଣସିମତେ ସେ କୌଶଳକ୍ରମେ ନିଜ କାରରୁ ବାହାରିଆସି ନିଜର ଜୀବନ ବଞ୍ଚାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ସେଠାକୁ ଚାଲିଆସିବାରୁ ଚାଳକ ଟ୍ରକ୍‌ ଛାଡ଼ି ଫେରାର ହୋଇଯାଇଥିଲେ ବୋଲି ସେ କହିଛନ୍ତି।

- Advertisement -

ଅନ୍ୟପଟେ ଘଟଣା ସମ୍ପର୍କରେ ଅବଧେଶ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଅବଧେଶ କହିଛନ୍ତି, ଉନ୍ନାଓ ପୀଡ଼ିତାଙ୍କୁ ଗତ ଜୁଲାଇ ୨୮ରେ ଟ୍ରକ ଚଢ଼ାଇ ହତ୍ୟା ଉଦ୍ୟମ କରାଯିବା ଘଟଣାରେ ସେ ସାକ୍ଷୀ ଅଛନ୍ତି। ଏହା ସହିତ ତାଙ୍କ କାର୍‌ ଚଳାଉଥିବା ଯୁବକ ଜେଲରେ ବନ୍ଦୀ ଥିବା ପୀଡ଼ିତାଙ୍କ ଦାଦାଙ୍କୁ ଜାମିନରେ ଆଣିଥିଲେ। ତାଙ୍କୁ ଅନେକ ଥର ସାକ୍ଷ୍ୟ ନ ଦେବା ଲାଗି ଧମକ ମିଳିଛି। ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଅବଧେଶ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories