www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରେମ ନିବେଦନ ଅସ୍ବୀକାର ପଡିଲା ମହଙ୍ଗା

ଇନ୍ଦୋର: ପ୍ରେମ ନିବେଦନକୁ ଅସ୍ବୀକାର କରିବାରୁ ଜଣେ ଯୁବତୀଙ୍କୁ ଜୀବନ ହାରିବାକୁ ପଡିଛି । ଏଭଳି ଏକ ଦୁଃଖଦ ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଯାଇଛି। ଗୋଟିଏ ଶ୍ରେଣୀରେ ପାଠ ପାଢୁଥିବା ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଯୁବତୀ ଜଣଙ୍କ ଏହାକୁ ଅସ୍ବୀକାର କରିଥିଲେ । ଏହାର କିଛି  ଦିନ ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଛନ୍ତି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ କମଲେଶ ସାହୁ(୨୪) ଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ କମଲେଶ ସ୍ଥାନୀୟଅଞ୍ଚଳର ଏକ ହୋଟେଲରେ ୱେଟର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି।

ଏକତରଫା ପ୍ରେମର ଏଭଳି ଏକ କରୁଣ ପରିଣତି ଦେଖିବାକୁ ମିଳିଛି । ଗିରଫ ପରେ ପୁଲିସକୁ ଦେଇଥିବା କମଲେଶଙ୍କ ବୟାନ ଅନୁଯାୟୀ, ଗୁରୁବାର ରାତିରେ ସେ ସୁପ୍ରିୟା ଜୌନ(୨୪) ନାମକ ଜଣେ ଯୁବତୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ପ୍ରାୟ ୪୦ ଥର ଆଘତ କରି ତାଙ୍କୁ ହତ୍ୟା କରିଥିଲେ। ସୁପ୍ରିୟ ଜୌନ ସ୍ଥାନୀୟ ଏକ ଘରୋଇ ଅନୁଷ୍ଠାନରେ ଆକାଉଣ୍ଟାଣ୍ଡ ଭାବେ କାର୍ଯ୍ୟରୁଥିବା ଜଣାପଡିଛି। ପୂର୍ବରୁ କମଲେଶ ବାରମ୍ବାର ପ୍ରେମ ନିବେଦନ କରିଥିଲେ ମଧ୍ୟ ସୁପ୍ରିୟ ଏହାକୁ ସ୍ବୀକାର କରିନଥିଲେ । ଉଭୟ ଦାମୋହ ଜିଲାରେ ଥିବା ନବୋଦୟ ସ୍କୁଲରେ ପଢୁଥିବା ବେଳେ ସୁପ୍ରିୟା କମଲେଶଙ୍କ ପ୍ରେମକୁ ଅସ୍ବୀକାର କରିବାରୁ ସେ ନିଜ ହାତ ଶିରା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଘଟଣା ପରେ କମଲେଶ ସୁପ୍ରିୟାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ତାଙ୍କୁ ପିଛା ମଧ୍ୟ କରୁଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories