ଜଟଣୀ : ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ଯାଁଳା ୟୁକୋ ବ୍ୟାଙ୍କର ଏଟିଏମରୁ ଲୁଟ ଉଦ୍ୟମ ହୋଇଛି। ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସଟର୍ ଭାଙ୍ଗି ଭିତରକୁ ପଶିଥିଲେ। ଏହା ପରେ ସେମାନେ ଏଟିଏମକୁ ଭାଙ୍ଗିଥିଲେ। ସେମାନେ ଟଙ୍କା ଲୁଟ କରିବାରେ ସଫଳ ହୋଇନାହାନ୍ତି ବୋଲି ସୂଚନା ମିଳିଛି। ଯାଁଳା ଫାଣ୍ଡି ପୁଲିସ ଏହାର ତଦନ୍ତ କରି ଏଟିଏମ୍କୁ ସିଲ୍ କରିଛି। ସିସିଟିଭି ଯାଞ୍ଚ କରିବା ପରେ ଦୁର୍ବୃତ୍ତମାନଙ୍କ ସମ୍ପର୍କରେ ଜଣାପଡ଼ିବ ବୋଲି ମଧ୍ୟ ସୂଚନା ମିଳିଛି।
Popular Categories



